ବିଶ୍ୱ ବନ ଦିବସରେ ବୃକ୍ଷ ରୋପଣ
କୋଣାର୍କ(ଗଣେଶ ଚନ୍ଦ୍ର ବେହେରା):ମାର୍ଚ୍ଚ ମାସ ୨୧ ତାରିଖ ବିଶ୍ୱ ବନ ଦିବସ ଉପଲକ୍ଷେ ପ୍ରେରଣା ଗ୍ରୀନ ଆର୍ମି କୋଣାର୍କ ଶାଖା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରେରଣା ଗ୍ରୀନ ଆର୍ମି ଚିଫ କମାଣ୍ଡର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନିର୍ଦେଶ କ୍ରମେ କୋଣାର୍କ ଶାଖା କମାଣ୍ଡର ଜ୍ଞାନ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଗ୍ରୀନ କ୍ୟାପଟେନ ଗଣେଶ ଚନ୍ଦ୍ର ବେହେରା, ଗ୍ରୀନ ଆର୍ମି ରେଣୁ ରାଓ, ପାୟଲ ଦାସ, ଜୟନ୍ତୀ କୁମାରୀ ପ୍ରମୁଖ ଉପସ୍ଥିତ ରହି ଆମ୍ବ ଗଛ, ପଣଷ ଗଛ, ଲିମ୍ବ ଗଛ, ଇତ୍ୟାଦି ବିଭିନ୍ନ ପ୍ରକାରର କୋଡ଼ିଏ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିବା ସହ ସମସ୍ତ ଜନସାଧାରଣ ମାନଙ୍କୁ ପରିବେଶକୁ ସ୍ଵଚ୍ଛ ଓ ସବୁଜ ମୟ କରିବା ପାଇଁ ସଚେତନତା କରିଥିଲେ।