ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ଭତା ବଂଟନ ଓ ଚକ୍ଷୁ ପରୀକ୍ଷଣ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଅକ୍ଟୋବର ୧ ତାରିଖକୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ଗଂଜାମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ବୁଧାର ହିଂଜିଳିକାଟୁ ସାମାଜିକ ସୁରକ୍ଷା ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ନିରାପତା ଅଧିକାରୀ ଭୀମସେନ ବାରିକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରସ୍ଥ ଗଣେଷ ମନ୍ଦିର ପରିସରରେ ଚକ୍ଷୁ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତଚ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ରିନନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଉକ୍ତ ଚକ୍ଷୁ ପରୀକ୍ଷା ଶିିବିରରେ ୧୧୦ ରିଷ୍ଟ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଚକ୍ଷୁ ଅତ୍ସୋପ୍ରଚାର ସକାଶେ ସମରଝାଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା । ୪୭ ଜଣଙ୍କୁ ମାଗଣାରେ ଚଷମା ଓ ଔଷଧ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶଙ୍କର ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା । ିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କଅକ୍ଷ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର, ର୍ପୂବତନ ଗ୍ରୀଟ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଡ଼ି, ବିଶ୍ୱନାଥ, ଅଶୋକ କୁୂମାର ପଣ୍ଡା, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ସରଂପଚ ରଘୁନାଥ େହେରା, ତ୍ରିନାଥ ପାଣିଗ୍ରାହି, ଲକ୍ଷ୍ମଣ ଗୌଡ଼, ସୁଧାଶୁଂ ଶେଖର ସାହୁ, ମନୋଜ କୁମାର ସାବତ, ରାମହରି ଶର୍ମା ଓ ନନ୍ଦ କିଶୋର ପ୍ରଧାନ ପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ମଂଚାସିନ ଅତିଥି ବୃନ୍ଦ ଦିବସର ତାପର୍ଯ୍ୟ ଓ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତୀୟ ଷ୍ଟେଟବ୍ୟାଙ୍କ ସ୍ଥାନୀୟ ଶାଖା ପରିଚାଳକ ସତ୍ୟଶିଷ ପଟ୍ଟନାୟକ, ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର ପ୍ରମୁଖ ବରିଷ୍ଟ ନାଗରିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସରକାରଙ୍କ ବିଭିନ୍ନ ସହାୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଜାତୀୟ ସୁରକ୍ଷା ସହାୟତା ଯୋଜନାରେ ୧୭୬ ଜଣ ହିତାଧିକାରୀଙ୍କୁ ପ୍ରତ୍ୟେକ ୧୫ଶହ ଟଙ୍କା ଲେଖାଏଁ ତିନିମାସର ମଭତା ହଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଏବିଡ଼ିଓ ଧରଣୀଧର ଭୂୟାଁ, ଜିପିଓ ବିଜୟ କୁମାର ପ୍ରଧାନ, କ୍ଷେତ୍ର ଅଧିକାରୀ ଦୁର୍ଗା ପ୍ରସାଦ ଦଳାଇ, ଐନ. କୃଷ୍ଣମୂର୍ତି, ବହୁ ପିଇଓ, ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, କୃଷ୍ଣ ପାଣିଗ୍ରାହୀ, ଲଡ଼ୁକିଶୋର େହେରା, ବାବୁଲା ଭଉଳ, ଜିଆରଏସ, ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ