ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଗ୍ରାମର ବରିଷ୍ଠ ନାଗରିକ ମଞ୍ଚପକ୍ଷରୁ ମଞ୍ଚର ସଭାଗୃହ ଠାରେ ବିଶ୍ୱ ବୟସ୍କ ବ୍ୟକ୍ତି ଦିବସ ତଥା ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୟସ୍କ ବ୍ୟକ୍ତିମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ପତିତପାବନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡାକ୍ତର ଲିପସା ମିଶ୍ର ଓ ପିଏଚଇଓ ମମତା ପାଢୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୟସ୍କ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯଥା ମଧୁମେହ, ରକ୍ତଚାପ ପ୍ରଭୃତି ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟ ରିପୋର୍ଟ ଖାତା ସହ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା । ବିପିଏମ୍ ଖଗେଶ୍ୱର, ଫାର୍ମାଶିଷ୍ଟ ଶିବାନୀ ପଣ୍ଡା, ସ୍ୱପ୍ନା ରେଡିଙ୍କ ସମେତ ସ୍ୱାସ୍ଥ୍ୟକ୍ରମୀ ଏମ୍‌.ଗଣେଶ, ଉମା ଶଙ୍କର ମହାନ୍ତି, ଏଏନ୍‌ଏମ କାମାକ୍ଷୀ କୁମାରୀ ଜେନା, ମହିଳା ସୁପରଭାଇଜର ଅନୁପମା ମହାନ୍ତି ଏବଂ ଆଶାକର୍ମୀ ସଂଗୀତା ଜେନା ପ୍ରମୁଖ ଉପସ୍ଥି ରହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିଭଳି ଏହି କାର୍ଯକ୍ରମ ଅବସରରେ ଏକ ଦସ୍ତଖତ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପରେ ବରିଷ୍ଠ ନାଗରିକ ମଞ୍ଚର ସବାଗୃହ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ମଞ୍ଚର ସବାପତି ବିଜୟ କୁମାର ପାତ୍ରଙ୍କ ସବାପତିତ୍ତବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚର ଉପଦେଷ୍ଟା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ ଏବଂ ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ । ଅନ୍ୟପକ୍ଷରେ ବୟସ୍କ ନାଗରିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହ ବୟସ୍କ ବ୍ୟକ୍ତିମାନେ ମାନସିକ ଦୁଶ୍ଚିନ୍ତା ଛାଡି ସବୁବେଳେ ଖୁସିରେ ରହିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଠିକ ସମୟରେ ଔଷଧ ଖାଇବା ଏବଂ କରୋନା ନିୟମମାନି ସୁସ୍ଥ ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗୁରାଣ୍ଡି ଗ୍ରାମର ୪ଜଣ ବୟସ୍କ ବ୍ୟକ୍ତି ପୂଜାରୀ କାନ୍ତାରୁ, କଉରୁ ଜଗାନାଇକଲୁ, ଏ.ମାଣିକ୍ୟମ ଏବଂ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କୁ ମଞ୍ଚ ପକ୍ଷରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ ମମତା ପାଢୀ, ମଞ୍ଚର ସମ୍ପାଦକ ଖଗେଶ୍ୱର ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବୟସ୍କ ବ୍ୟକ୍ତିମାନଙ୍କ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ମଞ୍ଚର ଉପସଭାପତି ପୀତବାସ ସାମଲ ମଞ୍ଚର ବାର୍ଷିକ ବିବରଣୀ ପାଠ କରିଥିବ।। ବେଲେ ବରିଷ୍ଠ ସଦସ୍ୟ ହରିକୃଷ୍ଣ ଜେନା ପ୍ରାରମ୍ଭିକ ଭଜନ ଜଣାଣ ପରିବେଷଣ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ଶେଷରେ ମଞ୍ଚ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯିବ ସହ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ପୀତବାସ ସାମଲ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ