ଆର୍ଥିକ ସହାୟତା ପାଇଁ ବିଧାୟକଙ୍କ ଅନୁରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ନିକଟରେ ଗୁଲାବ ସାମୂଦ୍ରିକ ଝଡର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳବର୍ଷିଥିଲା । ଏହି ବର୍ଷା ଫଳରେ ଜିଲ୍ଲାର ଦୁଇ ଗୋଟି ନଦୀ ତଥା ବଂଶଧାରା ଓ ମହେନ୍ଦ୍ରତନୟା ନଦୀରେ ଜଳସ୍ତର ବୃଦ୍ଧିପାଇଥିଲା । ଫଳରେ ଏହି ଦୁଇ ନଦୀରେ ପୃଥକ ପୃଥକ ଘଟଣାରେ ଦୁଇ ଜଣଙ୍କର ଆଜିଯାଏଁ ପତ୍ତା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ସେମାନେ ନିଖୋଜ ଅଛନ୍ତି । ଆଜିଯାଏଁ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ସେମାନଙ୍କୁ ଖୋଜୁଛନ୍ତି । ବଂଶଧାରା ନଦୀର ଜଳଶ୍ରୋତରେ ଭାସି ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ପରିବାର ଓ ଗୋଷାଣୀ ବ୍ଲକ ଅନ୍ତର୍ଗତ ସାଇଲଡା ଗ୍ରାମର ଜି.ରାମୁଙ୍କ ପରିବାର ଲୋକେ ଅତି ଗରୀବ ହୋଇଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ସହାୟତା ପ୍ରଦାନ କରନ୍ତୁ ବୋଲି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସଦାସର୍ବଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହୁଛନ୍ତି । ତେଣୁ ଏଥିରେ ସେ ହସ୍ତକ୍ଷେପ କରି ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏହି ଦ୍ୱୟ ପରିବାର ଲୋକଙ୍କୁ ସହାୟତା କରିଲେ ସେମାନେ ଉପକୃତ ହୋଇପାରିବେ । ଏହି ପୃଥକ ଘଟଣାରେ ଦୁଇ ଜଣ ନିଖୋଜ ଥିବା ଘଟଣାକୁ ପ୍ରାୟ ୫ଦିନ ପୁରିବାକୁ ବସିଲାଣି । ତେଣୁ ସେମାନେ ବଞ୍ôଚଥିବାକୁ ନେଇ ଆଶାକ୍ଷୀଣ ହୋଇଯାଇଛି ବୋଲି ବିଧାୟକ ଶ୍ରୀ ରାଓ କହିଛନ୍ତି । ସୂଚନା ଯୋଗ୍ୟ ଯେ, ସାଇଲଡା ଗ୍ରାମର ନିଖୋଜ ଥିବା ଜି.ରାମୁଙ୍କ ପରିବାର ଲୋକେ ଓ ତାଙ୍କ ଦୁଇଟି ଛୋଟ ଛୁଆ ଆଜି ବିଧାୟକ ଶ୍ରୀରାଓଙ୍କ ଦ୍ୱାରସ୍ତ ହୋଇ ଗୁହାରି ଜଣାଇଥିଲେ । ଏନେଇ ଏହି ପରିବାର ଲୋକେ ଓ ସାଇଲଡା ଗ୍ରାମବାସୀ ଜଣାଇଛନ୍ତି ଯେ, ଯଦି ଜି.ରାମୁଙ୍କୁ ସରକାରୀ ସହାୟତା ନମିଳେ ତେବେ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ