ବିଶ୍ୱ ବିଦ୍ୟାଳୟରେ ଛାତ୍ର ବିଜେଡି ତରଫରୁ ସଭ୍ୟ ସଂଗ୍ରହ ଅଭିଯାନ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ ତରଫରୁ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି.ଏହି କାର୍ଯକ୍ରମରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସୁନୀଲ କୁମାର ନାୟକଙ୍କ ନେତୃତ୍ବରେ ରାଜ୍ୟ ଛାତ୍ର ବିଜେଡ଼ି ସମ୍ପାଦକ ଆଶ୍ରୀବାଦ ଦାସ, ଛାତ୍ର ସମ୍ପାଦକ ଅମିତ ମହାକୁଡ, ଛାତ୍ର ନେତା ଅଭିନନ୍ଦନ ବାରିକ, ତଥା ବିଶ୍ୱବିଦ୍ୟାଳୟ ଛତ୍ର ନେତା ଦୀପକ କୁମାର ସାହୁ, ଦେବାଶିଷ ନାୟକ, ରମ୍ୟକ ମହାନ୍ତି, ବିଶ୍ବରଂଜନ ଭୋଇ, ବିକ୍ରମ, ଭବାନୀ ଶଙ୍କର କବି, ଦେବାଶିଷ ମହାନ୍ତ, ବିଭାସ ରଞ୍ଜନ ଦାସ, ରାହୁଲ ଦେଓ, ମଦନ ମୋହନ ନାୟକ, ସବ୍ୟସାଚି ରାଉତ, କରନ ମୁର୍ମୁ, ସତ୍ୟମ ସୁନ୍ଦର ବେହେରା ପ୍ରମୁଖ ଯୋଗଦେଇ ନୂତନ ଭୋଟର ଛାତ୍ର ଛାତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ବ୍ଯକ୍ତିତ୍ବରେ ଅନୁପ୍ରାଣିତ କରିବା ସହ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହରେ ନିଜକୁ ସାମିଲ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ