ବିଶ୍ୱ ବ୍ରେଲ୍ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲିର ଉପଯୋଗିତା ଓ ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ମାସ ୪ ତାରିଖକୁ ବ୍ରେଲ୍ ଲିପିର ଉଦ୍ଭାବକ ଲୁଇସ୍ ବ୍ରେଲ୍‌ଙ୍କ ଜନ୍ମ ଦିବସକୁ ବିଶ୍ୱ ବ୍ରେଲ୍ ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଦୃଷ୍ଟିବାଧିତ ଖେଳାଳିଙ୍କ କୋଚ୍ ତ୍ରିଲୋଚନ ବେଉରାଙ୍କ ତତ୍ତ୍ୱାବଧାନରେ ଲୁଇସ୍ ବ୍ରେଲ୍‌ଙ୍କ ଜନ୍ମଦିନଟିକୁ ନିରାଡ଼ମ୍ବର ରୂପେ ଆଦିବାସୀପଲ୍ଲୀ କନ୍ଦଳେଇର ବିଦ୍ୟାର୍ଥୀମାନେ ପାଳନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଦୃଷ୍ଟିବାଧିତ ଫୁଟ୍‌ବଲ୍ ଦଳର କ୍ୟାପ୍‌ଟେନ୍ ବାପିନା ନାୟକ ଯୋଗଦେଇ କହିଥିଲେ, ଦୃଷ୍ଟିବାଧିତଙ୍କ ପାଇଁ ଅକ୍ଷର ଚିହ୍ନିବା, ପଢିବା ଏବଂ ଏହାର ପରିପ୍ରକାଶ ନିଜସ୍ୱ ଢଙ୍ଗରେ କରିବା ଲାଗି ବ୍ରେଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସମ୍ମାନିତ ଅତିଥି ରୂପେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗ ଦେଇ କହିଥିଲେ, ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲ୍ ଅମୂଲ୍ୟ ବରଦାନ । ଲୁଇସ୍ ବ୍ରେଲ୍ ଥିଲେ ଦୃଷ୍ଟିବାଧିତଙ୍କ ପାଇଁ ଦେବଦୂତ । ଛଅ ବିନ୍ଦୁର ସେ ଯାଦୁଗର ଥିଲେ । ଯାହା ଆଜି କୋଟି କୋଟି ଦୃଷ୍ଟିବାଧିତଙ୍କ ପାଇଁ ଆଲୋକବର୍ତ୍ତିକା । ଯାହା ଅବିସ୍ମରଣୀୟ । କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ, ଶିକ୍ଷକ ସୁବାସ ଓଝା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ