ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟରେ ଶିକ୍ଷକ ,ଅଭିଭାବକ ସମ୍ମିଳନୀ ଅନୁୂଷ୍ଠିତ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) ବେଲଗୁଣ୍ଠ ବ୍ଲକ ଅନ୍ତର୍ଗତ ଗୋବରା ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅଭିଭାବକ ଓ ଶିକ୍ଷକ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ େ ହାଇଯାଇଛି ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନମାଳି ଲେଙ୍କା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅତିଥିଭାବେ ବନ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ଶୂଳପାଣି ଶତପଥୀ ,ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦୁମ୍ନ ପାତ୍ର ,ସାମ୍ବାଦିକ ଜୟକୃର୍ଷ୍ଣ ପଟ୍ଟନାୟକ ,ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ବିଶ୍ୱାଳ ,ଅବସରପ୍ରାପ୍ତ ଶିକ୍ଷାନୁଷ୍ଠାନ ପରିଦର୍ଶକ ଗୈାରାଙ୍ଗଚରଣ ରଣା , ବିଶ୍ୱ ଭାରତୀ ବିଦ୍ୟାଳୟ ସଭାପତି କୁଞ୍ଜ ବିହାରୀ ନାୟକ,ଉପସଭାପତି ବିଭୁ ପ୍ରସାଦ ଜେନା , ଯୋଗ ଦେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମନ୍ୱୀୟ ରକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିବା ବେଳେ ଶିକ୍ଷୟତ୍ରୀ ସାବିତ୍ରୀ ମହାପାତ୍ର ବିବରଣୀ ପାଠ କରିଥିବା ବେଳେ ଚିନ୍ମୟ ରାଓ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ ।ଏଥିରେ ଶିକ୍ଷକ ମୁନେନ୍ଦ୍ର ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ସୁନିତା ଶତପଥି ,ଧନ୍ୟବାଦ କରିଥିଲେ ।ଏହି କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନେ ରଂଗାରଗ କାର୍ଯ୍ୟକ୍ରମ କରିଥିଲୋ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ରଛାତ୍ରୀ ସମେତ ଗୁରୁଜୀ ଗୁରୁମା ପରିଚାଳନା ସହଯୋଗ କରିଥିଲେ ।