ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ
ବେଲଗୁଣ୍ଠା, (ସନ୍ତୋଷ କୁମାର ଜେନା):ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟରେ କୋଭିଡ୍ କଟକଣା ଭିତରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ I ସମ୍ମାନୀତ ଅତିଥି ଭାବେ ପୋଲିସ୍ ଅଧିକାରୀ ବିଶ୍ୱଜିତ୍ ସାମନ୍ତରାୟ ଯୋଗ ଦେଇ 5T ସମ୍ପର୍କରେ ସୂଚନା ଦେଇଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ ସଂଯୋଜନା ଏବଂ ପରିଚାଳନା କରିଥିବା ବେଳେ ଉପସଭାପତି ବିଭୁପାଦ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବାବୁ ବେହେରା, ଗଙ୍ଗାଧର ଗୌଡ଼,ଭୋଳାନାଥ ରଥ, ସୁନିତା ଶତପଥୀ,ରଶ୍ମିତା କୁମାରୀ ମିଶ୍ର,ନିହାରିକା ଦାସ୍, ନମ୍ରତା ପଣ୍ଡାଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I