ବିଶ୍ୱ ମହିଳା ଦିବସ ପାଳନରେ କନକପୁର ସରପଞ୍ଚ ସମ୍ବଦ୍ଧିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ଭୁବନେଶ୍ୱର ଠାରେ କାଦମ୍ବିନୀ ତରଫରୁ ଆୟୋଜିତ ବିଶ୍ୱ ମହିଳା ଦିବସ ପାଳନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲାରୁ ୧୦ଜଣ ମହିଳା ସରପଞ୍ଚ ଙ୍କୁ ଗତ ୭ତାରିଖ ଦିନ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ କିଟ୍ ର ପ୍ରତିଷ୍ଠାତା ତଥା ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମାଜ ସେବା କ୍ଷେତ୍ରରେ ନିୟୋଜିତ ମହିଳା ମାନଙ୍କୁ ସମ୍ମାନିତ ଓ ସମ୍ବଦ୍ଧିତ କରାଯାଇଅଛି|ଏଥିରେ ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା କନକପୁର ଗ୍ରାମ ପଞ୍ଚାୟତ ର ମହିଳା ସରପଞ୍ଚ ଶ୍ରୀମତୀ ନମିତା ରାଉଳ ଏହି ପୁରସ୍କାର ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ବର୍ତମାନ ର ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଠାରୁ ସମ୍ବଦ୍ଧିତ ହୋଇଛନ୍ତି| ଜଣେ ମହିଳା ହୋଇ ସମାଜ ସେବାରେ ନିଜକୁ ସମର୍ପିତ କରି ତୃଣମୂଳ ସ୍ତରରେ ମହିଳା ମାନଙ୍କର ନେତୃତ୍ୱ ନେବାସହ ପ୍ରଗତି କରିବା କ୍ଷେତ୍ରରେ ଆଗେଇ ଆସିଛନ୍ତି |ଏହି ଆଲୋଚନା ଚକ୍ରରେ ସମଗ୍ର ରାଜ୍ୟର କୋଣ ଅନୁକୋଣ ରୁ ବହୁ ମହିଳା ପ୍ରତିନିଧି ଭାଗ ନେଇଥିବା ବେଳେ ମାସିକ ମହିଳା ପତ୍ରିକା “କାଦମ୍ବିନୀ”ର ସମସ୍ତ କର୍ମକର୍ତ୍ତା ଓ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |ଶେଷରେ ଶ୍ରୀମତୀ ରାଉଳ ଙ୍କୁ ମହିଳା ଦିବସରେ ପୁରସ୍କୃତ କରିଥିବାରୁ ସେ ଡ଼ଃ ସାମନ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ