ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ଦୃଷ୍ଟିହୀନ, ବଧିର ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ଶନିବାର ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ନମିତା ପଣ୍ଡା, ସମ୍ମାନିତ ଅତିଥି ରୂପେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଡାକ୍ତର ଏମ୍‌. ଶିବରାମ ରାଓ, ଅନୁଷ୍ଠାନର ସଂପାଦକ ଦଣ୍ଡାସି ସାହୁ, ବଧିର ବିଭାଗର ପ୍ରିନ୍ସିପାଲ ଅଖିଳ ସାହୁ, ଦୃଷ୍ଟିହୀନ ବିଭାଗର ପ୍ରିନ୍ସିପାଲ ପଦ୍ମିନୀ ମହାନ୍ତ ଓ ସଂଯୋଜକ ରାମେଶ୍ୱର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ବୃନ୍ଦ ଓ ବିଦ୍ୟାଳୟର କର୍ଚାରି ଗଣ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଡାକ୍ତର ନମିତା ପଣ୍ଡା ସମାଜରେ ମାନସିକ ଅନଗ୍ରସର ଭିନ୍ନକ୍ଷମ ଶିଶୁ ମାନଙ୍କୁ ଅବହେଳିତ ନକରି ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କରାଇଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଥିଲେ । ସଂପାଦକ ଶ୍ରୀ ସାହୁ ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ଭୋକେଶନାଲ ଟ୍ରେନିଂ ମାଧ୍ୟମରେ କିପରି ଆତ୍ମ ନିର୍ଭରଶୀଳ ହୋଇ ସମାଜରେ ସାଧାରଣ ଜୀବନ ଯାପନ କରିପାରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଯୋଜକ ଶ୍ରୀ ପାତ୍ର ପରିଚାଳନା କରିଥିଲେ ଏବଂ ବ୍ୟାଙ୍ଗ କବି ମଧୂସୁଦନ ନାୟକ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ