ବିଶ୍ୱ ଯୁବ କୌଶଳ ଦିବସ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଯୁବ କୌଶଳ ଦିବସ ପାଳିତ ହୋଇ ଯାଇଛି । ଯୁବ କୌଶଳ ଦିବସ ଅବସରରେ ଜନ ଶିକ୍ଷଣ ସଂସ୍ଥା ତରଫରୁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ସଂସ୍ଥାର ଅଧକ୍ଷ ଏ.ଜଗନାଥ ରାଜୁ , ନିର୍ଦେଶକ ପି. ଜୀବନ ଦାଶ , ଇଂରାଜୀ ଅଧ୍ୟାପକ ଡାଃ. ରଞ୍ଜିତ କୁମାର ପତି, ପୋଲୋଟେକନିକ କଲେଜର ଅଧକ୍ଷ ଗଦାଧର ମହାରଣା , ଯିୱା ସରପଞ୍ଚ ଅଡଙ୍ଗା ଶବର , ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ମନୋଜ ପଟ୍ଟନାୟକ, ବୋର୍ଡ ମାନେଜମେଣ୍ଟ ସଭ୍ୟ ରବି ପାଣିଗ୍ରାହୀ ପ୍ରମୁଖ ମଞ୍ଚସ୍ଥ ଥିଲେ । ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜର କୌଶଳ ବିଷୟରେ ସଚେତନତା କରି ସେମାନେ କିପରି ଆଗକୁ ବଢି ପାରିବେ ସେ ନେଇ ଉପସ୍ଥିତ ଅତିଥି ମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ