ବିଶ୍ୱ ଯୋଗ ଦିବସ ପାଇଁ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨୧ ତାରିଖ ବିଶ୍ୱ ଯୋଗ ଦିବସ ପାଇଁ ଏକ ଯୋଗ ପ୍ରଶିକ୍ଷଣ ଶିବିର ବିବେକାନନ୍ଦ ମାର୍ଗ ସ୍ଥିତ ଲଳିତେଶ୍ୱରୀ କାଳିମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଯୋଗ ମହୋତ୍ସବ ସମିତି ବାଲେଶ୍ୱର ସଂଯୋଜକ ସୁଜିତ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ରାଷ୍ଟ୍ରୀୟ ସମିତିର ଟ୍ରଷ୍ଟି ଅଶ୍ୱିନୀ କୁମାର ଜେନା, ଆର୍ଯ୍ୟ ସମାଜର ବିଜୟ ଜୀ, ପତଞ୍ଜଳି ଯୋଗ ସମିତିର ବୟୋଜ୍ୟେଷ୍ଠା ଯୋଗ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଏଥିରେ ଅତିଥି ଭାବରେ ଯୋଗଦେଇ ଯୋଗ ମହୋତ୍ସବର ଭୂମିକାକୁ ପ୍ରଶଂସା କରିଥିଲେ । ମହୋତ୍ସବ ସମିତିର ଉପ-ସଭାପତି ଦମୟନ୍ତୀ ମହାପାତ୍ର, ସମ୍ପାଦକ ଅଜୟ ଚୌଧୁରୀ, ଯୁଗ୍ମ-ସମ୍ପାଦକ ସଞ୍ଜୀବ କୁମାର ତାଲଦି ଓ ସଭ୍ୟା ଗୀତାଞ୍ଜଳି ପଣ୍ଡା ଯୋଗାସନ ପ୍ରଦର୍ଶନ କରିଥିଲେ । ସମିତିର କୋଷାଧ୍ୟକ୍ଷ ବଳଭଦ୍ର ଶତପଥୀ ଯୋଗ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁନି ସମାଜ, ଅବସରପ୍ରାପ୍ତ ରାଜ୍ୟ ସରକାରୀ ସଂଘ, ବ୍ୟାଙ୍କ୍ କର୍ମଚାରୀ ସଂଘ, ଆର୍ଟ ଅଫ ଲିଭିଙ୍ଗର ନିରଞ୍ଜନ କୁମାର କର, ବିବେକାନନ୍ଦ କେନ୍ଦ୍ରର ପ୍ରଦୀପ ମହାପାତ୍ର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଞ୍ଜୟ ମହାପାତ୍ର ପ୍ରଭୃତି ବିଭିନ୍ନ ଧାର୍ମିକ, ଆଧ୍ୟାମିôକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ଯୋଗଦେଇ ଯୋଗଶିକ୍ଷା ଗ୍ରହଣ କରିଥିଲେ । ଜିଲାର ବିଭିନ୍ନ ବ୍ଲକରୁ ଲୋକେ ଏଥିରେ ଅଂଶଗ୍ରହଣ କରିଥିଲେ । ଦର୍ଜିପୋଖରୀ, ଭୋଇସାହି, ମେଣ୍ଢାଶୋଳ, ଲକ୍ଷ୍ମୀ ନାରାୟଣ ମନ୍ଦିର, କାଳୀମନ୍ଦିର, ସହଦେବଖୁଣ୍ଟା ପ୍ରଭୃତି ଯୋଗ କେନ୍ଦ୍ରର କାର୍ଯ୍ୟକର୍ତ୍ତା ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟ ନିର୍ଦ୍ଦେଶକ ଡ. ଚତ୍ତରଞ୍ଜନ ସାହୁ ଶେଷରେ ଧନ୍ୟବାଦ ଦେଇଥିଲେ ।