ଅରୁଣ ଜେନାଙ୍କୁ ପ୍ରଦେଶ କିସାନ କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ଦାୟିତ୍ୱ

ବାଲେଶ୍ୱର, (ସରୋଜ ପଣ୍ଡା):କୃଷକ ନେତା ତଥା ଭିଟାମାଟି ସୁରକ୍ଷା ଅଭିଯାନର ମୁଖ୍ୟ ଅରୁଣ ଜେନା ଓଡ଼ିଶା ପ୍ରଦେଶ କସାନ କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ଜେନାଙ୍କ ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ଓ ଅନୁଭୂତିକୁ ଗୁରୁତ୍ୱ ଦେଇ ଓଡ଼ିଶା ପ୍ରଦେଶ କିସାନ କଂଗ୍ରେସର ରାଜ୍ୟ ସଭାପତି ଅମୀୟ ପଟ୍ଟନାୟକ ତାଙ୍କୁ ଏହି ପଦ ପ୍ରଦାନ କରିଛନ୍ତି । ସମୂହ ସ୍ୱାର୍ଥରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ କିଷାନ କଂଗ୍ରେସର ସଂଗଠନକୁ ଆଗେଇ ନେବା ଓ କୃଷକ ଆନ୍ଦୋଳନକୁ ଅଧିକବ ୍ୟାପକ କରିବା ଲାଗି ଶ୍ରୀ ଜେନାଙ୍କ ଉପରେ ଶ୍ରୀ ପଟ୍ଟନାୟକ ଗଭୀର ଆସ୍ଥା ପ୍ରକଟ କରଛନ୍ତି । ଓଡ଼ିଶା କିଷାନ କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ସାଙ୍ଗକୁ ତାଙ୍କୁ ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲାର ସାଂଗଠନିକ ଦାୟିତ୍ୱ ଅର୍ପଣ କରିଛନ୍ତି ।ଏହି ନୂତନ ଦାୟିତ୍ୱ ପାଇବା ପରେ ଶ୍ରୀ ଜେନା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ, ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରିଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦେଶର ଗଣତନ୍ତ୍ର, ସମ୍ବିଧାନ ଓ କୃଷକ ସମାଜ ପ୍ରତି ସୃଷ୍ଟି ହୋଇଥିବା ବିପଦର ମୁକବିଲା ପାଇଁ ସେ ତାଙ୍କର କର୍ତ୍ତବ୍ୟ ଜାରି ରଖିବେ ବୋଲି ଶ୍ରୀ ଜେନା କହିଛନ୍ତି । ଉତ୍ତର ଓଡ଼ିଶାରେ କିଷାନ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା, ଚାଷୀ ମୂଲିଆର ହକ ପାଇଁ ସଂଗ୍ରାମ ଜାରି ରଖିବା ଓ ତୃଣମୂଳସ୍ତରରୁ କଂଗ୍ରେସକୁ ଶକ୍ତିଶାଳୀ ତଥା ଲୋକାଭିମୁଖୀ ନିମନ୍ତେ ପ୍ରୟାସ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ଉଲେଖ ଥାଉ କି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ଜେନା କଂଗ୍ରେସରେ ଯୋଗଦେଇ ଜିଲା କଂଗ୍ରେସ କମିଟିର ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ