ବିଶ୍ୱ ଶିଙ୍ଗଡ଼ା ଦିବସ

ଆଜି ‘ବିଶ୍ୱ ଶିଙ୍ଗଡ଼ା ଦିବସ’ । ଏହାର ଜନ୍ମ ଦଶମ ଶତାବ୍ଦୀ ପୂର୍ବରୁ କେନ୍ଦ୍ରୀୟ ଏସିଆରେ ହୋଇଥିଲା । କେନ୍ଦ୍ରୀୟ ଏସିଆର ଅନେକ ଅଞ୍ଚଳରେ ଏହାର ନାମ ‘ସମ୍ସା’ । ସେହି ସବୁ ଅଞ୍ଚଳରେ ‘ସମ୍ସା’ର ଅର୍ଥ ପିରାମିଡ । ‘ସମସାରୁ’ରୁ ହିନ୍ଦୀର ‘ସମୋସା’ । ତ୍ରୟୋଦଶ ଚତୁର୍ଦ୍ଦଶ ଶତାବ୍ଦୀରେ, ଅରବୀ ବଣିକଙ୍କ ମାଧ୍ୟମରେ ଭାରତ ଆସିବା ପରେ, ଏହାର ଲୋକପ୍ରିୟତା ବଢ଼ିଥିଲା । ମଧ୍ୟପ୍ରାଚ୍ୟରେ ମାଂସ ପୂର ଦିଆ ଶିଙ୍ଗଡ଼ା ବେଶ ଲୋକପ୍ରିୟ । ଏହା ଏକଦା ରାଜା ମହାରାଜାଙ୍କ ଖାଦ୍ୟ ଥିଲା । ‘ଆଇନ-ଏ-ଆକବରୀ’ ରେ ଏହାର ଉଲ୍ଲେଖ ରହିଛି । ମୁଗଲମାନେ ଏହାକୁ କହୁଥିଲେ ‘କୁତବ’ । ନିରାମିଷ ଶିଙ୍ଗଡ଼ା କେବଳ ଭାରତରେ ମିଳେ । ନିରାମିଷ ଶିଙ୍ଗଡ଼ାର ଉତ୍ପତ୍ତି ଉତ୍ତର ପ୍ରଦେଶରେ । ପାକିସ୍ତାନ ଅନ୍ତର୍ଗତ ଫୈସଲାବାଦର ଶିଙ୍ଗଡ଼ା ବିଶାଳ ଆକାର ଓ ସ୍ୱାଦ ପାଇଁ ପ୍ରସିଦ୍ଧ । ଗତ ବର୍ଷ ଲଣ୍ଡନରେ ୧୫୩ କିଲୋଗ୍ରାମ ଓଜନର ଶିଙ୍ଗଡ଼ାଟିଏ ପ୍ରସ୍ତୁତ କରାଯାଇଥିଲା । ‘ଗିନିଜ ବୁକ୍’ ଅନୁଯାୟୀ ସେଇଟି ଅଦ୍ୟାବଧି ବିଶ୍ୱରେ ବୃହତ୍ତମ । ‘ଶିଙ୍ଗଡ଼ାକୁ ନା କରି ତା’ର ଆବେଗକୁ କଷ୍ଟ ଦିଅ ନାହିଁ । ତା ଭିତରେ ମଧ୍ୟ ପ୍ରାଣଟିଏ ଅଛି’ । ଶିଙ୍ଗଡ଼ା ସମ୍ପର୍କରେ ଜଣେ ମାର୍କିନ ବ୍ୟଙ୍ଗ ଲେଖକ ଏଭଳି କାବ୍ୟିକ ମନ୍ତବ୍ୟ ଦେଇଯାଇଛନ୍ତି । ଶିଙ୍ଗଡ଼ାରୁ ଶରୀର ଅତ୍ୟଧିକ କ୍ୟାଲୋରୀ ପାଉଥିବାରୁ ସେ ସମ୍ଭବତଃ ଏଭଳି ମନ୍ତବ୍ୟ ଦେଇଥିବେ । ତାଙ୍କ ମନ୍ତବ୍ୟର ଉଦ୍ଦେଶ୍ୟ କ୍ୟାଲୋରି ବଢ଼ୁ ପଛେ ଖାଅ: ଶିଙ୍ଗଡ଼ାକୁ ‘ନା’ କର ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ଦଶ ଟଙ୍କିଆ ଆଳୁ ପୂର ଦିଆ ଶିଙ୍ଗଡ଼ାକୁ ୩୦୦ କ୍ୟାଲୋରି ମିଳେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ