ବିଶ୍ୱ ଶିଶୁ ଶ୍ରମିକ ନିଷେଧ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ସ୍ଥାନୀୟ ପ୍ରାଉଡ ଶିଶୁ ଯତ୍ନ ଅନୁଷ୍ଠାନ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଆର୍‌.ସୀତାପୁର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ଶିଶୁ ଶ୍ରମିକ ନିଷେଧ ଦିବସ ପାଳନ ହୋଇଯାଇଛି । ପ୍ରାଧୀକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୈାରାଜଜ୍ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥିରୂପେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଅଧୀକାରୀ ମାନସ କୁମାର ପଣ୍ଡା, ସବ୍ ଜଜ୍ ତଥା ପ୍ରାଧୀକରଣ ସମ୍ପାଦକ ସନ୍ତୋଷ କୁମାର ଅଗ୍ରୱାଲ, କୋର୍ଟ ରେଜିଷ୍ଟ୍ରାର ସତ୍ୟବ୍ରତ ରାଣା, ଶିଶୁ ମଙ୍ଗଳ ଅଧୀକାରିଣୀ ଅଳକା ସାହୁ ଓ ଲିଗାଲ ପ୍ରବେଶନ ଅଫିସର ଏସ୍‌. ବାଡତ୍ୟାଙ୍କ ସମେତ ପ୍ରାଉଡ ଅନୁଷ୍ଠାନର ଅଧିକ୍ଷକ ସୁନିତା ପାଢି ଓ ଅନ୍ୟାନ୍ୟ ଛାତ୍ରୀମାନେ ଉପସ୍ଥିତଥିଲେ । ଆଇନ ସେବା ପ୍ରାଧିକରଣ ତରଫରୁ ଆୟୋଜିତ ଏହି ସଚେତନତା ଶିବିରରେ ବିଭିନ୍ନ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ଆଇନ ଓ ସମାଜରେ କିପରି ଶିଶୁ ଶ୍ରମିକ ରୋକାଯାଇପାରିବ ସେ ଉପରେ ଉପସ୍ଥିତ ଶିଶୁ ଓ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ