ବିଶ୍ୱ ସ୍ମରଣ ଦିବସ, ସଡକ ଦୃର୍ଘଟଣାରେ ମୃତକଙ୍କ ସ୍ମରଣ ପାଇଁ ଦିନଟିଏ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପ୍ରତ୍ୟେକ ବର୍ଷ ନଭେମ୍ବର ମାସର ୩ୟ ରବିବାରକୁ ବିଶ୍ୱ ସ୍ମରଣ ଦିବସ ରୂପେ ପାଳନ କରାଯାଇଥାଏ । ସଡକ ଦୃର୍ଘଟଣାରେ ମୃତକ ଙ୍କ ସ୍ମରଣ ପାଇଁ ଏହି ଦିନଟିଏ । ଦେଶରେ ଦୈନିକ ସଡକ ଦୃର୍ଘଟଣା ବହୁ ଲୋକ ମୃତ୍ୟୁ ଓ ଆହତ ହୋଇଥାନ୍ତି । ସଡକ ସୁରକ୍ଷା ସଚେତନତା କରାଇବା ସହିତ ଦୃର୍ଘଟଣା ହାର ହ୍ରାସ କରିବା ଏହି ଦିବସର ଲକ୍ଷ୍ୟ । ଏନେଇ ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଦିବସ ପାଳନ କରାଯାଇଛି । ବିଭିନ୍ନ କଲେଜର ଛାତ୍ର/ଛାତ୍ରୀଙ୍କ ସମେତ ଦୃର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଏବଂ ଦୃର୍ଘଟଣାରେ ମୃତ୍ୟୁଙ୍କ ପରିବାରର ସଦସ୍ୟ ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଗଞ୍ଜାମ ଏସଭିଆଇ ଇ.ରବିନ୍ଦ୍ର ନାଥ ଜେନା ଗଞ୍ଜାମ ଜିଲାରେ ସଡକ ଦୃର୍ଘଟଣାରେ ବହୁ ଲୋକ ମୃତ୍ୟୁ ବରଣ କରିଥାନ୍ତି ବୋଲି କହିବା ସହ, ୨୦୨୩ ଅପେକ୍ଷା ୨୦୨୪ରେ ଅଧିକ ସଡକ ଦୃର୍ଘଟଣା ଘଟିଥିବା କହିଥିଲେ, ସରକାରଙ୍କ ପକ୍ଷରୁ ମିଳୁଥିବା ସୋଲାସିୟମ ରାଶି ଉପରେ ଆଲୋକପାତ କରିବା ସହ ଜିଲାରେ କିପରି ବେପାରୁଆ ଭାବେ ସଡକ ଦୃର୍ଘଟଣା ଘଟିଛି ତାହାର କିଛି ଭିଡିଓ ଦେଖାଇଥିଲେ । ଏହାସହ ଆହତ ମାନେ ଏବଂ ଦୃର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ମାନେ ସେମାନଙ୍କ ଅନୁଭୁତି ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟ୍ୟରେ ଛତ୍ରପୁର ଏସଡିପିଓ ଗୌରହରି ସାହୁ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ ତ୍ରିପାଠୀ, ଚମାଖଣ୍ଡି ଥାନା ଅଧିକାରୀ ଦୀପିକାଦେବି ରାୟ, କଲେଜ ଅଧ୍ୟାପକ ଡ଼. ଅଜିତ କୁମାର ସେଠି, ଗଞ୍ଜାମ ଥାନା ର ଏଏସଆଇ ଜି. ଅନନ୍ତ ରାଓ, ରକ୍ଷକ ଜିଲ୍ଲା ସଂଯୋଜକ ଗୋବିନ୍ଦ ରାଓ ପ୍ରମୁଖ ମଞ୍ଚାସିନ ରହିଵା ସହ ଆଜିର ଦିବସ ଓ ସଡ଼କ ସୁରକ୍ଷା ନିୟମ ଉପରେ ଉପସ୍ଥିତ ଛାତ୍ର/ଛାତ୍ରୀମାନଙ୍କୁ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟ୍ୟରେ ଅଜୟ ବାରିକ,କମେଲେଶ ଦାସ, ବସନ୍ତ ତରେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |