ବିଶ୍ୱ ହିନ୍ଦୁ ଦିବସ ପାଳିତ

ରାଇରଙ୍ଗପୁର ,(ଯୁଗାବ୍ଦ ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ଥ ଅଗ୍ରଣୀ ଇଂଲିଶ ମିଡିୟମ୍ କେରଳ ପବ୍ଲିକ୍ ସ୍କୁଲରେ ଆଜି ବିଶ୍ବ ହିନ୍ଦୀ ଦିବସ ଅନୁଷ୍ଠାନର ପ୍ରିନସିପାଲ ଗୀତାଞ୍ଜଳି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୌଇଯାଇଛି ।ବିଦ୍ୟାଳୟର ହିନ୍ଦୀ ବିଭାଗର ଶିକ୍ଷୟତ୍ରୀ ସନ୍ତୋଷୀ ରାମ ମଂଚ ପରିଚାଳନା କରିଥିଲେ ।ମୁଖ୍ୟ ଅତିଥି ଅଧ୍ୟାପକ ବିଜୟ ରାମ ଯୋଗ ଦେଇ ଭାରତର ସର୍ବ ଆଦୃତ ଓ କଥିତ ହେଉଛି ହିନ୍ଦୀ ଭାଷା ।ହିନ୍ଦୀଭାଷା ଭାରତର ବହୁବିଧ ରାଜ୍ୟର ବହୁଭାଷାଭାଷୀ ଲୋକଙ୍କୁ ହିନ୍ଦୀଭାଷା ହିଁ ଗୋଟାଏ ଦଉଡିରେ ବଂଧା ହୋଇଥାଏ ।ଭାରତର କାଶ୍ମିରରୁ କନ୍ୟାକୁମାରୀକୁ ହିନ୍ଦୀଭାଷାହିଁ ସମସ୍ତଙ୍କ ମଧ୍ୟରେ ସଂପର୍କ ଯୋଡିଥାଏ ।ହିନ୍ଦୀ ହେଉଛି ସବୁଠାରୁ ମଧୁର ଭାଷା ।ଦେଶର ପ୍ରଗତିରେ ହିନ୍ଦୀଭାଷାର ବହୁ ଅବଦାନ ରହିଛି । ସାଂପ୍ରତିକ ପରିସ୍ଥିତିରେ ସମସ୍ତେ ନିଜ ମାତୃଭାଷା ସହିତ ହିନ୍ଦୀଭାଷା ଶିଖିବା ଉପରେ ଧ୍ୟାନ ଦେବା ଉଚିତ ବୋଲି ବକ୍ତବ୍ୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।ଶିକ୍ଷୟତ୍ରୀ ପ୍ରତିଭା ମହାନ୍ତୀ,ଦିପ୍ତୀ ଶ୍ରୀବାସ୍ତବ,ବିଶ୍ବାଳ,ରୀତା ଛାତ୍ରଛାତ୍ରୀ ଶ୍ରୀପ୍ରସାଦ,ବୈଷ୍ଣବୀ,,ମାଧବ,ମୋକ୍ଷ,ଇଶା ପ୍ରମୁଖ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ