ବିଶ୍ୱ ହିନ୍ଦୁ ପରିଷଦର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ସହରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗଜପତି ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଆନୁକୁଲ୍ୟରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି କୌଳାସ ଚନ୍ଦ୍ର ଗୌଡଙ୍କ ଅଧ୍ୟକ୍ଷତାରେ ଧାର୍ମିକ ସଭାରେ ମୁଖ୍ୟ ଅତିଥି ଭାବେ ଦେବୀ ମଠର ମହନ୍ତ ରାମାନନ୍ଦ ଦାସଜ. ଜିଲ୍ଲା ଧର୍ମୀ ପ୍ରଚାରକ ନରସିଂହ ଗୌଡ, ପ୍ରାନ୍ତ ପ୍ରଭାରୀ ତ୍ରିନାଥ ଶବର, ବଜରଙ୍ଗ ଦଳ ଜିଲ୍ଲା ସଭାପତି ଲୋକନାଥ ମିଶ୍ର ପ୍ରମୁଖ ହିନ୍ଦୁ ଧର୍ମ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କାଶୀନଗର ପ୍ରାନ୍ତିୟ କର୍ମକର୍ତ୍ତା ଚୟନ କରାଯାଇଥିଲା । ଉପଦେଷ୍ଠା ଭାବେ ଜଗନ୍ନାଥ ମହନ୍ତ, ପଦ୍ମଚରଣଦାସଜୀ, ଉପସଭାପତି ରାଧାନାଥ ଚୌଧୁରୀ, କୋଷାଧ୍ୟକ୍ଷ ଭାବେ ଆର୍. ଲାଉଡୁ ଓ ଯୁଗ୍ମ ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ନିର୍ବାଚିତ କରାଗଲା ।


