ବିଷଧର ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ନିମାପଡା, (ସନ୍ତୋଷ ଦାଶ):ବିଷଧର ସାପ କାମୁଡ଼ାରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି l ଖବର ରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ବୋଉପୋଖରୀ ଗ୍ରାମ ର ସିଲୁ ନାୟକ ଦୀର୍ଘ ୬ ବର୍ଷ ହେବ ସ୍ତ୍ରୀ ଓ ୩ ଝିଅ ଙ୍କ ସହିତ ନିମାପଡା ଥାନା ଚାରିଛକ ଫାଣ୍ଡି ଅନ୍ତର୍ଗତ ବ୍ରହ୍ମକୁଣ୍ଡି ଗ୍ରାମରେ ଭଡା ରେ ରହିଆସୁଥିଲେ l ଗତକାଲି ସଂନ୍ଧ୍ୟା ରେ ତାଙ୍କ ସ୍ତ୍ରୀ ସ୍ଵର୍ଣ୍ଣଲତା ନାୟକ ବାରିରୁ ଜାଳେଣୀ କାଠ ଆଣୁଥିବାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ିଦେଇଥିଲା l ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା l ତେବେ ତାଙ୍କ ଅବସ୍ଥା ସଂକଟlପର୍ଣ୍ଣ ହୋଇପଡିବାରୁ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ l ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ଯାଉଥିବାବେଳେ ବାଟରେ ସ୍ବର୍ଣ୍ଣଲତା ଙ୍କ ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ସ୍ୱାମୀ ଚାରିଛକ ଫାଣ୍ଡି ରେ ଲିଖିତ ଭାବେ ଜଣାଇଛନ୍ତି l ସିଲୁ ଜଣେ ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀ ର ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାର କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି ହେଉଛି