ବିଷାକ୍ତ ଛତୁ ଖାଇ ଜଣେ ମହିଳା ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଜଙ୍ଗଲର ବିଷାକ୍ତ ଛତୁ ଖାଇବା ଯୋଗୁଁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ରାଗିଡି ଗ୍ରାମ ପଞ୍ଚାୟତ ମାଡ଼ାଉଲ୍ ଗ୍ରାମର ଏସୌ ମଣ୍ଡଳଙ୍କ ପତ୍ନୀ ବନିତା ମଣ୍ଡଳ (୪୦ ବର୍ଷ) ଗୁରୁତର ଅସୁସୁ ହୋଇ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ବନିତା ମଣ୍ଡଳ ଜଙ୍ଗଲକୁ ଯାଇ କିଛି ଛତୁ ଆଣି ତାକୁ ରୋଷେଇ କରି ଖାଇଥିଲେ. ଖାଇବା ପରଠାରୁ ସେ ଗୁରୁତର ଭାବେ ଝାଡ଼ା ବାନ୍ତିର ଶିକାର ହେବା ଯୋଗୁଁ ପରିବାରବର୍ଗ ଓ ଗ୍ରାମବାସୀଙ୍କ ଦ୍ୱାରା ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଡମିଟ ହୋଇ ଚିକିତ୍ସିତ ହେଉଛନ୍ତି. ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ କୁହାଯାଇଛିଯେ ବର୍ତ୍ତମାନ ତାଙ୍କ ସ୍ଥିତି ବିପଦ ମୁକ୍ତ ରହିଛି. ଲୋକମାନେ ବିଷାକ୍ତ ଏଭଳି ଛତୁ ଖାଇ ଅସୁସ୍ଥ ହେଇଥିବା ଯୋଗୁଁ ଜଙ୍ଗଲର ବିଷାକ୍ତ ଛତୁକୁ ନ ଖାଇବା ପାଇଁ ମଧ୍ୟ ଡାକ୍ତରଖାନା ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି.

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ