ବିଷ୍ଣୁଚକ୍ରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ; ୭୩ ୟୁନିଟ ରକ୍ତ ସଂଗ୍ରହ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ୭୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ନଭେମ୍ବର ୧୬ ତାରିଖ ଦିନ ବିଷ୍ଣୁଚକ୍ର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ତଥା ବିଜେଡି ର ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାଶ ରଣା, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ସମାଜସେବୀ ଖଲି ପରିଡା, କୈଳାଶ ପ୍ରଧାନ, ବାଲିପଦର କଲେଜ ଅଧ୍ୟକ୍ଷ ଡ଼. ବି. ପ୍ରକାଶ ଚନ୍ଦ୍ର ପାତ୍ର, ଏ.କରଡ଼ାବାଡ଼ି ସରପଞ୍ଚ ଖଦାଳ ପ୍ରଧାନ, ପାଙ୍ଗିଡ଼ି ସରପଞ୍ଚ ସୁଶାନ୍ତ କୁମାର ଆପଟ, ପୋଚାଲୁଣ୍ଡି ସରପଞ୍ଚ ବିଜୁଳି ଜେନା, ବିକ୍ରମ ଜେନା, ବି.ସଂଜୀବ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ସମାଜସେବୀ ସୂର୍ଯ୍ୟ ନାରାୟଣ ପରିଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୭୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ନାରାୟଣ ପ୍ରଧାନ, ମନୋଜ ବିଷୋୟୀ, ସନ୍ତୋଷ ଘଡେଇ ପ୍ରମୁଖଙ୍କ ସମେତ ବିଷ୍ଣୁଚକ୍ର ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ