ବିଷ ପିଇଲେ ପ୍ରେମୀ ଯୁଗଳ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳର ଦୁଇ ପ୍ରେମୀ ଯୁଗଳ ଆଜି ପିଷପିଇ ଗୁରୁତର ଅବସ୍ଥାରେ ବୀରଗୋବିନ୍ଦପୁର ନିକଟସ୍ଥ ବୈତରଣୀ ନଦୀ କୁଳରେ ପଡିଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ମହିଳାଙ୍କ ଘର ପନ୍ଦାଡୋ ଗ୍ରାମରେ ହୋଇଥିବା ବେଳେ ଯୁବକ ଜଣକ ଘର ନାହାଳିଆ ଗ୍ରାମରେ ବୋଲି ଜଣାପଡିଛି । ଖବରରୁ ଜଣାଯାଇଛି ଯେ ପନ୍ଦାଡୋ ଗ୍ରାମର ଜଣେ ବିବାହିତ ଯୁବତୀ ଶ୍ୱଶୁର ଘରୁ ଆସି ବାପଘରେ ରହୁଥିଲେ । ସେ କୌଣସି ଏକ ସଂସ୍ଥାରେ କାମ କରୁଥିବାବେଳେ ଆଜି ସକାଳେ ସେ ଘରୁ ଅଫିସ ଯାଉଛି କହି ଆସିଥିଲେ । କିନ୍ତୁ ଅପରାହ୍ନରେ ସେ ବୀରଗୋବିନ୍ଦପୁର ନିକଟରେ ଜଣେ ଯୁବକଙ୍କ ସହ ମିଶି ବିଷ ପିଇ ପଡିଥିବା ଘର ଲୋକ ଖବରପାଇ ଥିଲେ । ଖବରପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡି ନାହିଁ ।


