ରାସ୍ତାକାମକୁ ନେଇ ପନ୍ଦାଡୋରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମରେ ଏକ ରାସ୍ତାକାମକୁ ନେଇ ଦୁଇଗୋଷ୍ଠୀ ମୁହାଁ ମୁହିଁଁ ହୋଇଛନ୍ତି । ଏହାକୁନେଇ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିବାବେଳେ ଏହାର ସମାଧାନ ପାଇଁ ଆଜି ବୈଠକ ବସିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଦୁଇବର୍ଷ ତଳେ ଖଇରିମରା ଶିବମନ୍ଦିର ଠାରୁ ତେନ୍ତୁଲିପଦି ଭାୟା ପନ୍ଦାଡୋ ହରିଜନ ସାହି ଦେଇ ଏକ ରାସ୍ତା ନିର୍ମାଣ କରାଯାଇଥିଲା । ଆର.ଡି ବିଭାଗ ଦ୍ୱାରା ହେଉଥିବା ଏହି କାମକୁ କାମ କରୁତବବା ଠିକାଦାର ଅଧାପନ୍ତରିଆ ଭାବେ ଛାଡି ପଳାଇଥିଲା । ଏବେ ନବ ନିର୍ବାଚିତ ସରପଞ୍ଚ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାମକୁ ନେଇ ଦୁଇ ଗୋଷ୍ଠୀଙ୍କ ଭିତରେ ଗତ ୪ଦିନ ହେଲା ଝଗଡା ଲାଗି ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଟେକାପତର ମାଡ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବାପରେ ପୁଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା । ଗାଁରେ ଯେପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେନେଇ ଆଜି ଉଭୟ ଗୋଷ୍ଠୀ ନନ୍ଦିପଦା ଥାନାରେ ବସି ଏହାର ସମାଧାନ କରୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ