‘ବିସିଇଟ’ରେ ରଥଯାତ୍ରା ସମ୍ପନ୍ନ

ବାଲେଶ୍ୱର, (ସରୋଜ ପଣ୍ଡା):ସେରଗଡ଼ସ୍ଥିତ ବାଲେଶ୍ୱର କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ବିସିଇଟି) ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ନୀତିପୂଜା ପରେ ତିନି ଦିଅଁଙ୍କୁ ପହଣ୍ଡି ବିଜେ ରଥାଋଢ଼ କରାଯାଇଥିଲା । ବିସିଇଟିର ପ୍ରତିଷ୍ଠାତା ତଥା ପରିଚାଳନା ପରିଷଦର ସଭାପତି ଡ. ମନ୍ମଥ କୁମାର ବିଶ୍ୱାଳ ଛେରା ପହଁରା କରିଥିଲେ । ଡ. ବିଶ୍ୱାଳଙ୍କ ସହଧର୍ମିଣୀ ତଥା ପରିଚାଳନା ପରିଷଦର ସଂପାଦିକା ସୁବ୍ରତା ବିଶ୍ୱାଳ, ପୁତ୍ର ତଥା ଅନୁଷ୍ଠାନର ଉପ-ସଭାପତି ଅଭିଷେକ ବିଶ୍ୱାଳ ଓ ତାଙ୍କ ଧର୍ମପତ୍ନୀ ତଥା ଅନୁଷ୍ଠାନର ସହ-ଉପସଭାପତି ରାଜଶ୍ରୀ ସ୍ୱାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳାର ସହ ରଥ ଟଣିଥିଲେ । ଜୟ ଜଗନ୍ନାଥ ଧ୍ୱନି ସାଙ୍ଗକୁ ଘଣ୍ଟ, ଘଣ୍ଟା, ଭଜନ କୀର୍ତ୍ତନରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀଜୀଉଙ୍କ ରଥ କଲେଜ ପରିସରରୁ ବାହାରି ସେରଗଡ଼ ବଜାର ନିକଟସ୍ଥ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଟଣାହୋଇ ଯାଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଶରତ କୁମାର ମିଶ୍ର ଓ ଅଧ୍ୟକ୍ଷ ଡ. ଶିବେନ୍ଦ୍ର କୁମାର ଘଡ଼ାଇ, ଉପ-ନିର୍ଦ୍ଦେଶକ ସୁଭ୍ରାଂଶୁ ଶେଖର ସାମାନ୍ତ, ଉପାଧ୍ୟକ୍ଷ ଇଂ. ମିଥୁନ କୁମାର କରଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏହି ରଥଟଣା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ତ୍ତିକ ଚନ୍ଦ୍ର୍ର ଦାସ, ଦାମୋଦର ପରିଡ଼ା, ପରମେଶ୍ୱର ରଥ, ଗଙ୍ଗାଧର ଦଳେଇ, ଶରଚ ଚନ୍ଦ୍ର ଦାସ ପ୍ରମୁଖ ସେରଗଡ଼ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଜନଗହଳି ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷାରେ ସେରଗଡ଼ ଫାଣ୍ଡି ପୁଲିସ ବିଶେଷ ଦାୟିତ୍ୱ ତୁଲାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ