ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଲକର ୩୮ଟି ଗ୍ରାମର ପଡୋଶୀ ଝାଡଖଣ୍ଡ ରାଜ୍ୟର ସୁବର୍ଣ୍ଣରେଖା ବହୁବିଧ ପ୍ରକଳ୍ପ ଦ୍ୱାରା ଇଚା ଡେମ ନିର୍ମାଣ ‌ନେଇ ଏହି ଅଂଚଳର ଲୋକଙ୍କ ଘର,ଚାଷଜମି ଜଳମଗ୍ନ ଆଶଙ୍କା ଯୋଗୁଁ ସରକାର ପୂର୍ବ ବିସ୍ଥାପନ ନୀତିରେ କମ କ୍ଷତିପୂରଣ ପ୍ରଦାନ ହୋଇଥିବାରୁ ବିସ୍ଥାପିତ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ସେମାନେ ଠିକ୍ ଅର୍ଥ ପାଇଁ ନାହାନ୍ତି ତାହାକୁ ନେଇ ବିସ୍ଥାପିତ ଲୋକେ ତିନି ଦଫା ଦାବି ନେଇ ରାଇରଙ୍ଗପୁର ପଣ୍ଡିତ ରଘୁନାଥ ମୁର୍ମୁ, ବିଜୁପଟ୍ଟନାୟକ, ମଧୁବାବୁ ସରଣୀ ଦେଇ ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଶୋଭାଯାତ୍ରାରେ ଯାଇଥିଲେ । ସେଠାରେ ସେମାନଙ୍କର ନ୍ୟାୟୋଚିତ ଦାବି ନେଇ ସ୍ଲୋଗାନ ଦେଇଥିଲେ । ତାଙ୍କର ମୁଖ୍ୟ ଦାବି ଥିଲା ସେମାନଙ୍କୁ କେନ୍ଦ୍ର ସରକାରଙ୍କ ୨୦୧୩ରର ନୂତନ ବିସ୍ଥାପନ ନୀତି ନେଇ କ୍ଷତିପୂରଣ ଦିଆଯାଉ, ବିସ୍ଥାପନଙ୍କୁ ଚିହ୍ନଟ ସାର୍ଟିଫିକେଟ ପ୍ରଦାନ ଏବଂ ୨୦୧୩ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ପରିବାର ପେକେଜ ଉଭୟ ପୁରୁଷ ଏବଂ ମହିଳାଙ୍କ ବୟସ ୩୫ ପରିବର୍ତ୍ତେ ୧୮ ବର୍ଷକୁ ଗ୍ରହଣ କରାଯିବା ପାଇଁ ଦାବି କରିଥିଲେ । ସଂଘର୍ଷ କମିଟି ତରଫରୁ ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ତିରିଂ ବ୍ଲକର ବିଶିଷ୍ଟ ସମାଜସେବୀ ଗୋପାଲ ଵେଶ୍ରା,କାଶିନାଥ ମୁର୍ମୁ,କାଳିଆ ହାଁସଦା ପ୍ରମୁଖ ନେତୃତ୍ଵ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ