ବିଶ୍ୱର ସବୁଠୁ ଦାମୀ କେକ୍‌

ବିଭିନ୍ନ ପ୍ରକାରର କେକ୍ ଦେଖିଥିବେ । କିନ୍ତୁ ସୁନ୍ଦରୀ ଯୁବତୀ ବା ସେଲିବ୍ରିଟି ଆକାରର କେକ୍ କେବେ ଦେଖିଛନ୍ତି କି? ଯଦି ନା ତେବେ ଏମିତି ଏକ କେକ୍ ଦେଖିବାକୁ ମିଳିଛି ଦୁବାଇରେ । ଡେବି ୱିଂଘମ୍ ନାମକ ଜଣେ ମହିଳା ଏହି କେକ୍‌ର ଡିଜାଇନ୍ କରିଛନ୍ତି । ଯାହା ଏକ ସୁନ୍ଦରୀ ଯୁବତୀ ସଦୃଶ ଦେଖାଯାଉଛି । ଏହା କୌଣସି ମାମୁଲି କେକ୍ ନୁହେଁ, ଯିଏ ନାହିଁ ସେ କିଣିଦେବ । କାରଣ ଏହାର ଦାମ୍ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କେକ୍‌ର ଦାମ୍ ୧ କୋଟିରୁ ଅଧିକ ରହିଛି ।
ଏହାକୁ ବିଶ୍ୱର ସବୁଠୁ ଦାମୀ କେକ୍ କୁହାଯାଉଛି । ଯାହା ତିଆରି କରିବା ପାଇଁ ୧୦ ଦିନରୁ ଅଧିକ ଲାଗିଛି । ଏହି କେକ୍‌ରେ ୧୦୦୦ ଅସଲି ମୋତି, ୫୦୦୦ଫୁଲ, ୧୦୦୦ ଅଣ୍ଡା ଏବଂ ୨୫ କିଲୋଗ୍ରାମ ଚକୋଲେଟ୍ ବ୍ୟବହାର କରାଯାଇଛି । ଏହି କେକ୍‌ର ଓଜନ ୧ କ୍ୱିଣ୍ଟାଲ । ଏଥିସହିତ ଡେବିଙ୍କ ନାମ ମଧ୍ୟ ଦାମୀ କେକ୍ ତିଆରି କରିବା ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । କେକ୍‌ଟିକୁ ଦୁବାଇର ୱାର୍ଲଡ ଟ୍ରେଡ୍ ସେଣ୍ଟରର ଏକ ବ୍ରାଇଡାଲ ଶୋ’କେସ୍‌ରେ ରଖାଯାଇଛି । ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି । ଏହା ପୂର୍ବରୁ ଡେବି ସୋଫା, ଚେୟାର, କୁଣ୍ଡ, ଚପଲ ଆଦି ଆକୃତିର କେକ୍ ତିଆରି କରିସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ