ବିହାରୀ ଏକତା ସଂଘ ତରଫରୁ ହୋଲି ମିଲନ ଉତ୍ସବ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଋତୁ ମଧ୍ୟରେ ଶ୍ରେଷ୍ଠ ହେଉଛି ବସନ୍ତରୁତୁ । ଭାରତୀୟ ସଂସ୍କୃତିରେ ହୋଲି ପର୍ବ ଏକ ଅନନ୍ୟ ପର୍ବ ।ଏହା ଏହି ଫାଲଗୁନ ମାସରେ ପଡ଼ିଥାଏ ।ହୋଲି ପର୍ବ ଆଗମନକୁ ଆଉ ୪ଦିନ ବାକି ରହିଲା ହେଲେ ରାଇରଙ୍ଗପୁର ସହରରେ ଆଜିଠାରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୋଲି ମିଲନ ଉତ୍ସବ ପାଳନ ଆରମ୍ଭ ହୋଇଗଲାଣି ।ଆଜି ରାଇରଙ୍ଗପୁରର ପାଢିଆ ଧର୍ମଶାଳାରେ ବିହାରୀ ଏକତା ସଂଘ ଆନୁକୂଲ୍ୟରେ ହୋଲି ମିଲନ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବିହାରୀ ସଂପ୍ରଦାୟର ଲୋକେ ନିଜର ସଂସ୍କୃତି, ପରଂପରା, ବନ୍ଧୁମିଲନ, ଭାବର ଆଦାନ ପ୍ରଦାନ ପାଇଁ ଏହି ପର୍ବ ପାଳନ କରିବାକୁ ଛୁଟି ଆସିଥିଲେ ।ଗୋଟାଏ ଜାତିର ସଂସ୍କୃତି,ପରଂପରା ସେମାନଙ୍କୁ ଏକତାରେ ଯୋଡିଥାଏ ।ଏହି ହୋଲି ଉତ୍ସବରେ ସମସ୍ତେ ସମସ୍ତଙ୍କୁ ଫଗୁ ଲଗାଇ ପରସ୍ପରକୁ ଆଲିଙ୍ଗନ କରିବାର ଲକ୍ଷ କରାଯାଉଥିଲା ।ଡିଜେର ତାଳେ ତାଳେ ମହିଳା, ଯୁବତୀମାନେ ନୂତ୍ୟଗୀତରେ ମସଗୁଲ ହୋଇଥିଲେ ।ସାନମାନେ ବଡମାନଙ୍କର ପାଦରେ ରଙ୍ଗ ଲଗାଇ ଆଶୀର୍ବାଦ ନେଉଥିଲେ । ଆବାଳ ବୃଦ୍ଧ ବନିତା ପୁରୁଷ,ମହିଳା,ଯୁବକ,ଯୁବତୀ ଏମିତି ହୋଲି ରେ ମସ୍ତି ହୋଇଥିଲେ କି ଗତ ଦୁଇ ବର୍ଷ ହେଲା କରୋନା କାରଣରୁ ହୋଲି ଖୁସିରୁ ବଂଚିତ ହୋଇଥିବା ଲୋକ ଏଥର ପୁରା ମସ୍ତିରେ ରଙ୍ଗୋଲିରେ ବୁଡି ଯାଇଥିଲେ । ହୋଲି ମିଲନ ପର୍ବ କମିଟି ତରଫରୁ ପକୁଡ଼ି,ବାଇଗଣି,ଲସି,ସର୍ବତ,ଜିଲାପି ପ୍ରଭୃତି ରୁଚିକର ଜଳଖିଆ ପ୍ରଦାନ କରାଯାଇଥିଲା । ସମସ୍ତେ ଶାନ୍ତି ଶୃଙ୍ଖଳାର ସହ ହୋଲି ଉତ୍ସବ ପାଳନ କରିବା ସହ ସମସ୍ତଙ୍କର ମଙ୍ଗଳ,ସୁଖ, ଶାନ୍ତି କାମନା କରିଥିଲେ ।