ବିିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ
ଆଖୁଆପଦା, (ବସନ୍ତ ବେହେରା) ; ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏହିପରିପ୍ରେକ୍ଷୀରେ ରହଣିଆ ପଞ୍ଚାୟତ ବୋଧପଡା ଠାରେ ହନୁମାନ ପୀଠର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ସହ ମହାବୀର ଜୟନ୍ତୀ ପାଳନ କରାଯାଇଥିଲା । ପ୍ରତ୍ୟୁଷରୁ ବୈଦିକ ବିଧି ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପରେ ହୋମ ଯଜ୍ଞ ଓ ସନ୍ଧ୍ୟାରେ ଭଜନ ସମାରୋହ ଅନୁୁଷ୍ଠିତ ହୋଇଥିଲା । ଦେବେନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହନୁମାନ ଜୟନ୍ତୀ ଉତ୍ସବକୁ ଗ୍ରାମର ବିଶ୍ୱନାଥ ସାହୁ, ଶ୍ୟାମ ସାହୁ, ହୃଷି ସାହୁ, ଭାଗିରଥି ସାହୁ, କାମଦେବ ସାହୁ, ଅଜୟ ଜେନା, ପ୍ରତାପ ଜେନା, ନିଳାଦ୍ରୀ ଜେନା, ଦିବାକର ଜେନା, ଶିବ ପ୍ରସାଦ ଜେନା, ଗଦାଧର ସାହୁ, ନିରଞ୍ଜନ ସାହୁ, ଦାମୋଦର ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଅନୁରୂପ ଭାବେ ନିକଟ ନୂଆପୋଖରୀ, ସରସଦା, ରହଣିଆ, ରାଢୋ, ଆକୁଲିକଣା, ମାଳଦା ପ୍ରମୁଖ ସ୍ଥାନ ମାନଙ୍କରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି ।


