ବିଡ଼ିଏ ହାଉସିଂ ପ୍ରକଳ୍ପ ଫ୍ଲାଟ୍ ମାଲିକମାନଙ୍କୁ ଅଧିକ କାର୍ପେଟ ଏରିଆ ଏବଂ ପକେଟକୁ ସୁହାଇଲା ଭଳି ଖର୍ଚ୍ଚରେ ଘର ଯୋଗାଇବାକୁ ଟ୍ରିମ୍ବଲ ପକ୍ଷରୁ ଘୋଷଣା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଗ୍ଲୋବାଲ କନଷ୍ଟ୍ରକଶନ୍ ଟେକ୍ନୋଲୋଜି କମ୍ପାନୀ ଟ୍ରିମ୍ବଲ ପକ୍ଷରୁ ଏହାର ଫ୍ଲାଗଶିପ୍ କନଷ୍ଟ୍ରଶନ୍ ସଫ୍ଟୱେର ଟେକ୍ନୋଲୋଜି ଟେକ୍‌ଲା ଷ୍ଟ୍ରକ୍‌ଚର ଦ୍ୱାରା ଭୁବନେଶ୍ୱର ଡେଭଲପ୍‌ମେଂଟ୍ ଅଥରିଟି(ବିଡ଼ିଏ)ର ହାଉସିଂ ପ୍ରକଳ୍ପର ଫ୍ଲାଟ୍ ମାଲିକମାନଙ୍କୁ ୧୦ ପ୍ରତିଶତ ଅଧିକ କାର୍ପେଟ ଏରିଆ ଯୋଗାଇ ଦେବା ସମ୍ପର୍କରେ ଘୋଷଣା କରାଯାଇଛି । ସେହିପରି ପ୍ରକଳ୍ପ ଡେଭଲପର ଇନଭେଂଟା ଦ୍ୱାରା ବ୍ୟବହୃତ ହେଉଥିବା ନିର୍ମାଣ ଜ୍ଞାନକୌଶଳ ସହାୟତାରେ ପକେଟକୁ ସୁହାଇଲା ଖର୍ଚ୍ଚରେ ଠିକ୍ ସମୟରେ ଘର ଯୋଗାଇ ଦିଆଯାଉଥିବା ଟ୍ରିମ୍ବଲ୍ ପକ୍ଷରୁ କୁହାଯାଇଛି । ବିଡ଼ିଏର ଘାଟିକିଆ ଏବଂ ସୁବୁଦ୍ଧିପୁର ଅଂଚଳରେ ଏହା ଜାରି ରହିଛି । ବିଡ଼ିଏ ପକ୍ଷରୁ ଇନ୍‌ଭେଂଟା ଇଣ୍ଡଷ୍ଟ୍ରିଜ୍‌କୁ ୫ ମହଲା ବିଶିଷ୍ଟ ୩୩ ବ୍ଲକ୍ ଥିବା ୧୩୨୦ ଆପାର୍ଟମେଂଟ୍‌ର ନିର୍ମାଣ ଦାୟିତ୍ୱ ଟେକ୍‌ଲା ଷ୍ଟ୍ରକଚର ଆଧାରରେ ନିର୍ମାଣ ପାଇଁ କୁହାଯାଇଛି । ଏସମ୍ପର୍କରେ ଟ୍ରିମ୍ବଲ୍ ସଲ୍ୟୁଶନ୍‌ର ମିଡିଲ୍ ଇଷ୍ଟ୍ ଏବଂ ଇଣ୍ଡିଆର ରିଜିଓନାଲ ଡାଇରେକ୍ଟର ପାଉଲ୍ ୱାଲେଟ୍ କହିଲେ, ପ୍ରିକାଷ୍ଟ କଙ୍କ୍ରିଟ୍ ଷ୍ଟ୍ରକଚର ନବୀନତମ ନିର୍ମାଣ ଜ୍ଞାନକୌଶଳ ଆଧାରରେ କରାଯାଉଛି । ଏହା ଶ୍ରେଷ୍ଠ ଏବଂ ଗୁଣବତାଯୁକ୍ତ ନିର୍ମାଣ କରିବାକୁ ସକ୍ଷମ । ସମ୍ପ୍ରତି କୋଭିଡ୍‌-୧୯ ମହମାରୀ ସଙ୍କଟ ସମୟରେ ବିଲ୍ଡର, ଡେଭଲପରର୍ସ ଏବଂ କଂଟ୍ରାକ୍ଟର ପ୍ରିକାଷ୍ଟ୍ କଙ୍କ୍ରିଟ୍ ନିର୍ମାଣକୁ ଗୁରୁତ୍ୱ ଦେଉଛନ୍ତି । ଭୁବନେଶ୍ୱରରେ ଆମେ ଏହି ଜ୍ଞାନକୌଶଳର ଉପଯୋଗ କରୁଛୁ । ପ୍ରିକାଷ୍ଟ ମାନ୍ୟୁଫାକଚର ଦ୍ୱାରା ଭାରତର ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ବର୍ଷ ପିଛା ୬ ନିୟୁତ ବର୍ଗଫୁଟ ପରିମିତ ଅଂଚଳରେ ନିର୍ମାଣ କାର୍ଯ୍ୟ କରାଯାଉଛି । ଏସମ୍ପର୍କରେ ଇନଭେଂଟା ଇଣ୍ଡଷ୍ଟ୍ରିଜ୍‌ର ମ୍ୟାନେଜିଂ ଡାଇରେକ୍ଟର ସତ୍ୟନାରାୟଣ ସି. କହିଲେ, ପ୍ରିକାଷ୍ଟ କଙ୍କ୍ରିଟ୍ ଷ୍ଟ୍ରକଚର ଜ୍ଞାନକୌଶଳରେ ନିର୍ମାଣ ପାଇଁ ଟେକ୍‌ଲା ସପୋର୍ଟ ଟିମ୍ ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି । ଇଞ୍ଜିନିୟରିଂ ଏବଂ ଆର୍କିଟେକଚର ଜ୍ଞାନକୌଶଳର ପ୍ରଯୋଗରେ ଏହା ସମ୍ଭବ ହୋଇପାରୁଛି । ଟେକ୍‌ଲାର ୩-ଡି ମଡେଲିଂ ଟୁଲସ୍ ଯୋଗୁ ନିର୍ମାଣ କାର୍ଯ୍ୟରେ ସଫଳତା ମିଳିବା ସହଜ ହୋଇପାରୁଛି । ଏହାଦ୍ୱାରା ମନିଟରି. ମ୍ୟାନ୍ ପାୱାର ଏବଂ ଆସୋସିଏଟ୍ କଷ୍ଟର ସଠିକ୍ ଆକଳନ ମଧ୍ୟ କରାଯାଇପାରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ