ବିୟର୍ କମ୍ପାନୀଗୁଡିକ ଉପରେ ଭୁଟାନ୍ ପାଣିର ନିଶା

ମୁମ୍ବାଇ, (ଏଜେନ୍ସି): ଭାରତୀୟ ବିୟର୍ କମ୍ପାନୀଗୁଡ଼ିକ ନିଜ ଉତ୍ପାଦର ପ୍ରମୁଖ ତତ୍ତ୍ୱ ଅର୍ଥାତ୍ ପାଣି ପାଇଁ ଭୂଟାନ ଉତ୍ପାଦନର ସମ୍ଭାବନା ସନ୍ଧାନ କରୁଛନ୍ତି । କମ୍ପାନୀଗୁଡ଼ିକୁ ସେଠାକାର ପ୍ରାକୃତିକ ଝରଣାର ପାଣି ଦ୍ୱାରା ନିଜ ବ୍ରାଣ୍ଡକୁ ଅନ୍ୟ ଠାରୁ ଭିନ୍ନ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏଥିରୁ କମ୍ପାନୀକୁ ନିଜ ବ୍ରାଣ୍ଡର ଲୋକପ୍ରିୟତା ବୃଦ୍ଧି କରିବାରେ ସାହାଯ୍ୟ ମିଳିଥାଏ । ଏହାଦ୍ୱାରା କମ୍ପାନୀର ଉତ୍ପାଦକୁ ଭଲ ମୂଲ୍ୟ ମଧ୍ୟ ମିଳିଥାଏ । ଏହି କାରଣରୁ ଅଲ୍ଫା ଓ କଟି ପତଙ୍ଗ ପରି କମ୍ପାନୀଗୁଡ଼ିକ ‘ମେଡ଼ ଇନ୍ ଭୂଟାନ୍’ ବିୟର୍ ବିକ୍ରି କରିବା ଆରମ୍ଭ ମଧ୍ୟ କରିସାରିଛନ୍ତି । ତେବେ ସିମ୍ବା, ଆର୍ବୋର୍ ବ୍ରୁଇଂ କମ୍ପାନୀ ଓ ଭାଇଟ୍ ରାଇନୋ ଏଠାରେ ପାଦ ଥାପିବାକୁ ଚେଷ୍ଟା କରୁଛନ୍ତି । ଦେଶର କ୍ରାଫ୍ଟ ବିୟର୍ ଇଣ୍ଡଷ୍ଟ୍ରୀ ପୂର୍ବରୁ ମଧ୍ୟ ବିଶେଷ କରି ହେଫେଜାଇନ୍ ଓ ଭିଟାବିୟର୍ ପରି ଗହମ ବିୟର୍ ବିଭାଗର ଜର୍ମାନୀ ଓ ବେଲ୍ଜିୟମ୍ ଭଳି ଦେଶରେ ପହଞ୍ଚିସାରିଛି । ଭାରତର କ୍ରାଫ୍ଟ ବିୟର୍ ମାର୍କେଟ୍ ଓଭର୍ଅଲ୍ ଡୋମେଷ୍ଟିକ୍ ବିୟର୍ ଇଣ୍ଡଷ୍ଟ୍ରୀର ପାଖାପାଖି ୨-୩% ରହିଛି । ମାର୍କେଟର୍ସଙ୍କ ଅନୁସାରେ କ୍ରାଫ୍ଟ ବିୟର୍ର କଣ୍ଟ୍ରାକ୍ଟ ବ୍ରୁଇଙ୍ଗ ଓ ବାଟଲିଂ ଇଣ୍ଡିଆନ୍ ବଜାର ପରିବର୍ତ୍ତେ ଭୂଟାନ୍ରେ ଲାଇସେନ୍ସ ନେବା ଅଧିକ ପସନ୍ଦ କରୁଛନ୍ତି । ଅଲ୍ଫା ବ୍ରାଣ୍ଡର ମାଲିକ ପଞ୍ଜାବର ମ୍ୟାଡ଼ମ୍ୟାକ୍ସ ବ୍ରୁଇଙ୍ଗ କମ୍ପାନୀର ଅଭିଷେକ ଦହିୟାଙ୍କ ଅନୁସାରେ ଭାରତରେ ବିୟର୍ କମ୍ପାନୀ ଉପସ୍ଥାପନ କରିବାରେ ଅନେକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଏହାର ଲାଇସେନ୍ସ ଅନେକାଂଶରେ ମହଙ୍ଗା ହୋଇଥାଏ । ମଞ୍ଜୁରୀ ପାଇଁ ସରକାରୀ ଅଫିସ୍ର ଦୌଡ଼ିବା ବ୍ୟତୀତ ଅଧିକାରୀଙ୍କ ସହିତ ମଧ୍ୟ ଡିଲ୍ କରିବାକୁ ହୋଇଥାଏ । ଅନ୍ୟପକ୍ଷରେ ଭୂଟାନ୍ରେ ସମସ୍ତ ପ୍ରକ୍ରିୟା କିଛି ଘଣ୍ଟାରେ ହିଁ ପୂର୍ଣ୍ଣ ହୋଇଯାଇଥାଏ । ଯଦି ୟୁରୋପ ଓ ବ୍ରିଟେନ୍ ସହିତ ତୁଳନା କଲେ ସେଠାରେ ଶିପ୍ମେଣ୍ଟସ୍ରେ ଦୁଇ ମାସ ଲାଗିଥାଏ । ଭୂଟାନ୍ର କିଞ୍ଜୋର ବ୍ରୁଅରୀ ସହିତ ଉନ୍ନତ ତାଳମେଳ ଦ୍ୱାରା ଅଭିଷେକ ଦହିୟାଙ୍କ ମନବଳ ଅନେକାଂଶରେ ବୃଦ୍ଧି ପାଇଛି । ସେ ଜୁନ୍ ସୁଦ୍ଧା ପୋର୍ଟଫୋଲିଓରେ ଆଉ ଏକ ଭାରିଏଣ୍ଟ ସଂଯୋଗ କରିବା ସହିତ ଅଗଷ୍ଟ ସୁଦ୍ଧା ହରିଆଣା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତର-ପୂର୍ବରେ ଡିଷ୍ଟ୍ରିବ୍ୟୁସନ୍ର ବିସ୍ତାର କରାଯିବ ବୋଲି ବିଶ୍ୱାସ ରଖିଛନ୍ତି । ତେବେ ଭୂଟାନ୍ ବିୟର୍ର ଟେଷ୍ଟ ମଧ୍ୟ ଭଲ ହୋଇଥାଏ । ଇଣ୍ଡଷ୍ଟ୍ରୀରେ ପ୍ରତିଦ୍ୱନ୍ଦିତା ବଢ଼ୁଥିବା ବେଳେ ମାନ୍ୟୁଫାକ୍ଚର୍ସ ନିଜ ଉତ୍ପାଦକୁ ଅନ୍ୟ କମ୍ପାନୀଗୁଡ଼ିକ ଠାରୁ ଭିନ୍ନ କରିବା ପାଇଁ ଭୂଟାନ୍ରେ ଉତ୍ପାଦନ ଆରମ୍ଭ କରୁଛନ୍ତି । ବାଟଲ୍ଡ କ୍ରାଫ୍ଟ ବିୟର୍ ବ୍ରାଣ୍ଡ କଟି ପତଙ୍ଗ ୭ମାସ ପୂର୍ବରୁ ଦିଲ୍ଲୀରେ ନିଜ କାରବାର ଆରମ୍ଭ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ