ବି.ଜେ.ପି ର ସହାୟ ଆପ ମାଧ୍ୟମ ରେ ଲୋକ ସେବା

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍); ଶନିବାର ଦିନ ଗଞ୍ଜାମ ଜିଲ୍ଲାରେ କରୋନା ର ପ୍ରାର୍ଦୁଭାବ ଚରମ ସୀମା ରେ ଥିବା ବେଳେ ସାଧାରଣ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ସଠିକ୍ ଭାବେ ପହଂଚୁ ନଥିବାରୁ ଗଞ୍ଜାମ ଜିଲ୍ଲା ବି.ଜେ.ପି ସଭାପତି ଶ୍ରୀ ବିଭୁତି ଭୁଷଣ ଜେନା ଓ ବରିଷ୍ଠ ନେତା କାହ୍ନୁ ଚରଣ ପତି ଙ୍କ ଦ୍ୱାରା ପରିଚାଳିତ ସହାୟ ଆପ ଜରିଆରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଜଗଦଳପୁର ଗ୍ରାମ ରେ ଅସହାୟ ରୋଗୀ ମାନଙ୍କୁ ନିଃଶୁଲ୍କ ଡାକ୍ତରୀ ପରାମର୍ଶ ସହ ଔଷଧ ବିତରଣ କରାଯାଇଛି । ଡାକ୍ତର ସୁବାଷ ଚନ୍ଦ୍ର ସାହୁ ଙ୍କ ଉପସ୍ଥିତିରେ ଫାର୍ମାସିଷ୍ଟ ସିଦ୍ଧାର୍ଥ ଶଙ୍କର ପଣ୍ଡା ,ଆଲୋକ ଶତପଥୀ ରୋଗୀ ମାନଙ୍କୁ ସରକାରୀ ସ୍ୱୀକୃତି ପ୍ରାପ୍ତ ଔଷଧ ଯଥା ପାରାସିଟାମଲ୍ , ଲିଭୋସେଟ୍ରଜିନ୍ , ଭିଟାମିନ୍ ବି କମ୍ପେ୍ଲକ୍ସ ,ଭିଟାମିନ୍ ସି , ଭଳି ଅନ୍ୟାନ୍ୟ ଔଷଧ ଯୋଗାଇଥିଲେ । ଏହାକୁ ସାଧାରଣ ଗ୍ରାମବାସୀ ଅତି ଉଚ୍ଚ ପ୍ରଶଂସା କରିବା ସହ ଏହାକୁ ବ୍ୟାପକ ଭାବେ କରିବା ନିମନ୍ତେ ଅନୁରୋଧ କରଥିଲେ ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ଶ୍ରୀ ଜେନା ସହାୟ ଆପ କିମ୍ବା ଟୋଲ୍ ଫ୍ରୀ ନମ୍ବର(୧୮୦୦-୧୦୨୨-୧୩୫) ରେ  ସାରା ଜିଲ୍ଲାରେ ଏହି ସେବା ଯୋଗାଇ ଦେବା ନିମନ୍ତେ ଚେଷ୍ଠା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମହନ୍ତ ଚିନ୍ମାୟାନନ୍ଦ ଦାସ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏ.ବାବୁଲା ପାତ୍ର ,ଶିବ ପ୍ରସାଦ ପାତ୍ର,କିରନ୍ କୁମାର ସାହୁ ,ଚନ୍ଦନ ସାହୁ ,ଏମ୍ .ପ୍ରଭାକର ପାତ୍ର ପ୍ରମୂଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ