ଋଷିକୂଲ୍ୟା ରୟତ ସଂଘର ଦାବୀ ତୁରନ୍ତ ଚାଷୀଙ୍କୁ ସାର ଯୋଗାଅ

ପୋଲସରା ,( ଅନିଲ କୁମାର ମହାରଣା ): ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ରାସାୟନିକ ସାରର ଅଭାବ ଦେଖା ଦେଇଥିବା ବେଳେ କଳାବଜାରରେ ଚଢା ଦରରେ ସାର ବିକ୍ରୀ ହେଉଥିବା ଅଭିଯୋଗ କରିଛନ୍ତି ଋଷିକୂଲ୍ୟା ରୟତ ସଂଘର ପୋଲସରା ବ୍ଲକ କାର୍ମକର୍ତ୍ତା ବୃନ୍ଦ। ଗଞ୍ଜାମ ଜିଲ୍ଲା ଚାଷୀଙ୍କ ମୁଖ୍ୟ ଚାଷ ହେଉଛି ଖରିଫ ଧାନ ଚାଷ । ବର୍ତ୍ତମାନ ଧାନରୁଆ ଶେଷ ହୋଇଥିବା ବେଳେ କ୍ଷେତରେ ସାର ପକାଇବା ସମୟରେ ସାରର ଅଭାବ ଓ କଳାବଜାରୀ ଯୋଗୁଁ ଚାଷୀକୂଳ ଚିନ୍ତାରେ ହତାଶ ହୋଇପଡିଛନ୍ତି । ଚଢ଼ା ଦରରେ ସାର ବିକ୍ରି ହେଉଥିବା ଅଭିଯୋଗ ହେଲେ ମଧ୍ୟ ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ବୋଲି ମଧ୍ୟ କାର୍ମକର୍ତ୍ତା ଅବିଯୋଗ କରିଛନ୍ତି । ଏଣେ ସମବାୟ ସମିତିକୁ ସାର ଆସିନଥିବା ଯୋଗୁଁ ସମିତିରୁ ମଧ୍ୟ ସାର ମିଳିପାରିନାହିଁ । ସମବାୟ ସମିତିକୁ ସାର ଆସି ପାରୁନଥିବା ବେଳେ ଡିଲର ମାନଙ୍କ ପାଖକୁ କିପରି ଆଗୁଆ ସାର ଆସୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତୁରନ୍ତ ସମବାୟ ସମିତି ଗୁଡିକୁ ଅଧିକ ପରିମାଣର ୟୁରିଆ ସାର ଯୋଗାଇବାକୁ ଦାବି ହୋଇଛି। ପୋଲସରା ବ୍ଲକ ଋଷିକୂଲ୍ୟା ରୟତ ସଂଘ ପକ୍ଷରୁ ସଂଘର ସଭାପତି ସତ୍ୟବାନ ପ୍ରଧାନ , ଉପସଭାପତି ଦୁଖୀ ଶ୍ୟାମ ପ୍ରଧାନ , କୋଷାଧ୍ୟକ୍ଷ ପ୍ରଦୀପ ଦାସ , ସଂପାଦକ ଶଙ୍କର ଡାକୁଆ , ଉପଦେଷ୍ଟା ହୀନ ସ୍ବାଇଁ ପ୍ରମୁଖ ସଦସ୍ୟମାନେ ଆଜିର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଚାଷୀଙ୍କ ସମସ୍ୟା ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରି ପୋଲସରା ତହସିଲଦାର ସୁକାନ୍ତ କୁମାର ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ