ବି.ଟେକ ପାଇଁ ସ୍ପେଶାଲ ଓଜେଇଇ

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବାବେଳେ ପୂର୍ବରୁ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ରାଜ୍ୟ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପ୍ରସଙ୍ଗରେ ଏହି ଖବର ଆସିଛି । ତାହା ହେଲା ବି.ଟେକ ଆଡମିଶନ ପାଇଁ ସ୍ୱତନ୍ତ୍ର ଓଜେଇଇ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ପାଇଁ ଆଜିଠାରୁ ଅନଲାଇନରେ ଆବେଦନ କରିହେବ । ମେ ୩୧ ସୁଦ୍ଧା ଆବେଦନ କରିହେବ । ଜୁନ ୫ ସୁଦ୍ଧା ଫି’ ଦାଖଲ କରାଯିବା ନେଇ ଦିନ ଧାର୍ଯ୍ୟ କରାଯାଇଛି । ଜୁନ ୧୭ ପରେ ପରିସ୍ଥିତି ଦେଖି ଆଡମିଟ କାର୍ଡ ଓ ପରୀକ୍ଷା ଦିନ ଧାର୍ଯ୍ୟ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ