ବୀଚ ରାସ୍ତାରେ ନିଜ ହାତ କାଟିଲେ ଯୁବତୀ
ଭୁବନେଶ୍ଵର, (ଯୁଗାବ୍ଦ ନ୍ୟୁଜ) : ସୋମବାର ମାଷ୍ଟର କ୍ୟାଣ୍ଟିନ୍ ଛକନିକଟରେ ଜଣେ ଯୁବତୀ ଏକ ବ୍ଲେଡ୍ରେ ନିଜ ହାତକୁ କୌଣସି କାରଣରୁ କାଟି ଦେଇଥିଲେ। ଫଳରେ ସେ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ । ଏହାକୁ ନିକଟରେ ଥିବା କିଛି ବ୍ୟକ୍ତି ଦେଖି କମିଶନରେଟ୍ ପୁଲିସଙ୍କୁ ଖବର ଦେଇଥିଲେ ଖବର ପାଇ କମିଶନରେଟ୍ ପୁଲିସ ଘଟଣା ସ୍ତଳରେ ପହଂଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ପରେ କମିଶନରେଟ୍ ପୁଲିସ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ଯୁବତୀ ଜଣକଙ୍କର ପରିଚୟ ମିଳିନଥିବା ବେଳେ ସେ କଣ ପାଇଁ ଏପରି କଲେ ତାହା ଜଣାପଡିନାହିଁ, ଯୁବତୀ ଜଣକ ନିଜ ହାତକୁ ନିଜେ ବ୍ଲେଡ୍ରେ କଣ ପାଇଁ କାଟିଲେ ସେଥିନେଇ ପୁଲିସ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି।