ବୀଣାପାଣି ନର୍ସରୀ ବିଦ୍ଯାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଅବସ୍ଥାପିତ ବୀଣାପାଣି ନର୍ସରୀ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଚଳିତ ୨୦୨୨-୨୩ ଶିକ୍ଷାନୀତି ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଛନ୍ତି । ଚଳିତ ବର୍ଷର ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପଞ୍ଚମ ଶ୍ରେଣୀରୁ ଛାତ୍ର ଅଂଶୁମାନ ପାଣିଗ୍ରାହୀ ପ୍ରଥମ , ଏ . ଅଜିତ ରେଡ୍ଡୀ ଦ୍ବିତୀୟ ଏବଂ ଛାତ୍ରୀ ଶ୍ରାବଣୀ ମହାରଣା ଦଶମ ସ୍ଥାନ ଅକ୍ତିଆର କରିଛନ୍ତି । ସେହିପରି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଛାତ୍ରୀ ବିଦୁସ୍ମିତା ସାହୁ ଦ୍ଵିତୀୟ ସ୍ଥାନ ହାସଲ କରି ବିଦ୍ୟାଳୟ ଏବଂ ଜନ୍ମମାଟି ପାଇଁ ଗୈାରବ ଆଣିଥିବା ଜଣାପଡିଛି । ଛାତ୍ରଛାତ୍ରୀଙ୍କ ଏଭଳି କୃତିତ୍ୱ ପାଇଁ ବିଦ୍ଯାଳୟ କର୍ତ୍ତୃପକ୍ଷ , ସଂପାଦକ ଦୁର୍ଗାପ୍ରସାଦ ପାଢ଼ୀ , କୋଷାଧ୍ୟକ୍ଷ ସୁବ୍ରତ ପାଟଯୋଶୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ଚୌଧୁରୀ ମଧ୍ୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ ପାଇଁ ବିଦ୍ଯାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ