ବୀର ସହିଦ୍ ରଘୁନାଥ ମାହାତୋଙ୍କର ୨୪୭ ତମ ସହିଦ୍ ଦିବସ ପାଳନ

ବଡ଼ସାହି, (ନିରଞ୍ଜନ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଟିକରବାଟି ଗ୍ରାମ ଠାରେ ମହିଳା କୁଡୁମୀ ସେନା ଓ କୁଡୁମୀ ଛାତ୍ର ସେନାର ମିଳିତ ଉଦ୍ୟମରେ ଲୋକନାଥ ମହାନ୍ତ ଙ୍କ ଅଧ୍ୟକ୍ଷତା ରେ ଏକ ଜନସଭା ର ଆୟାଜନ କରାଯାଇଥିଲା । ଏହି ସଭାରେ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଯୋଗଦାନ କରିଥିଲେ। ସଭାରେ ଭାରତର ପ୍ରଥମ ସହିଦ୍ ସ୍ଵାଧୀନତା ସଂଗ୍ରାମୀ କ୍ରାନ୍ତିବୀର ରଘୁନାଥ ମାହାତୋଙ୍କର ଭୂମିକା ଓ ତାଙ୍କ ବଳିଦାନ ବାବଦରେ ବକ୍ତାମାନେ ଆଲୋକପାତ କରିଥିଲେ।ରଘୁନାଥ ମାହାତୋ ବର୍ତ୍ତମାନର ଝାଡଖଣ୍ଡ ରାଜ୍ୟର ସଢେଇକଳା ଖରସୁଆଁ ଜିଲ୍ଲାର ନମଡିହିବ୍ଲକର ଘୁଟିଡିହି ଠାରେ ୧୭୩୮ ମସିହା ମାର୍ଚ୍ଚ ୨୧ ତାରିଖ ରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ବାପା କାଶୀନାଥ ମାହାତୋ (କୁଡୁମୀ ସର୍ଦ୍ଦାର) ଓ ତାଙ୍କ ମା କର୍ମୀ ମାହାତୋ ଗୃହିଣୀ ଥିଲେ। ଚୁଆଡ ବିଦ୍ରୋହର ମୁଖ୍ୟ ନାୟକ ଥିଲେ।ବ୍ରିଟିଶ ମାନେ ବକସାର୍ ଯୁଦ୍ଧ ରେ ଜୟଲାଭ କରିବା ପରେ ବ୍ରିଟିଶ ମାନେ ୧୭୬୫ ମସିହାରେ ବିହାର ଓ ବେଙ୍ଗଲ ଅଞ୍ଚଳରୁ ଟିକସ ଆଦାୟ କରିବାର ଅଧିକାର ପାଇଥିଲେ,କିନ୍ତୁ ସେତେବେଳେ ଲୋକମାନେ ଏହାର ଘୋର ବିରୋଧ କରିଥିଲେ, ଯାହା ଫଳରେ କିଛି ଜମିଦାର ସାଧାରଣ ଲୋକଙ୍କ ସପକ୍ଷରେ ଓ ବାକି ଜମିଦାର ବ୍ରିଟିଶ ଙ୍କ ସପକ୍ଷରେ ଗଲେ। ୧୭୬୯ ମସିହାରେ ରଘୁନାଥ ମାହାତୋ କୁଡୁମୀ ଜାତିର ଲୋକମାନଙ୍କୁ ଏକଜୁଟ କରି ବ୍ରିଟିଶ ମାନଙ୍କ ବିରୋଧରେ ବିଦ୍ରହୋ ପାଇଁ ନେତୃତ୍ୱ ନେଇଥିଲେ, ତାଙ୍କର ସ୍ଲୋଗାନ ଥିଲା, ଆପନା ଗାଁଓ ଆପନା ରାଜଦୂର ଖେଦ ବ୍ରିଟିଶ ରାଜ ୧୭୭୮ ମସିହା ଏପ୍ରିଲ ୫ ତାରିଖ ରେ ରଘୁନାଥ ମାହାତୋ ଏବଂ ତାଙ୍କ ଅନୁଗାମୀମାନେ ବ୍ରିଟିଶ ମାନଙ୍କର ଗୋଳା ବାରୁଦ ବନ୍ଧୁକ ଲୁଟିବା ପାଇଁ ଏକ ଯୋଜନା କରିଥିଲେ, କିନ୍ତୁ ଏହି ଲୁଟ ରେ ସେମାନେ ସଫଳ ହେଇ ନ ଥିଲେ , ଇଂରେଜ ମାନଙ୍କ ସହିତ ଘମାଘୋଟ ଲଢେଇରେ ରଘୁନାଥ

ମାହାତୋ ଓ ତାଙ୍କର କିଛି ସାଥୀମାନେ ପ୍ରାଣ ହରାଇଥିଲେ।

ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କୁଡୁମୀ ମହିଳା ସେନାର ଦମୟନ୍ତୀ ମହାନ୍ତ, ଜୟନ୍ତୀ ମହାନ୍ତ, ପ୍ରତିଭା ମହାନ୍ତ, ପୂର୍ଣ୍ଣିମା ମହାନ୍ତ, ଡଲି ମହାନ୍ତ, ହିରମଣୀ ମହାନ୍ତ, ଭାରତୀ ମହାନ୍ତ, ମନୋରମା ମହାନ୍ତ, ଜୟନ୍ତୀ ମହାନ୍ତ, ସୁଜାତା ମହାନ୍ତ,ମାଳତୀ ମହାନ୍ତ, ସରସ୍ଵତୀ ମହାନ୍ତ ଓ କୁଡୁମୀ ଯୁବ ସେନା ର ଲୋକନାଥ ମହାନ୍ତ, ବୁଲୁ ମହାନ୍ତ, ମହେଶ୍ୱର ମହାନ୍ତ, ମୋନୁ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଲିପୁନ୍ ମହାନ୍ତ, ସିପୁନ ମହାନ୍ତ, କାୟା ମହାନ୍ତ, ଝାଡେଶ୍ୱର୍ ମହାନ୍ତ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ