ବୀର ସିଦ୍ଧୁ-କାହ୍ନୁଙ୍କ କ୍ରାନ୍ତି ଦିବସ ଅବସରରେ ୩୧ ୟୁନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଜୁନ ୩୦-୧୮୪୪ ଝାଡ଼ଖଣ୍ଡ ପ୍ରଦେଶର ଆଦିବାସୀ ମହାନ୍ କ୍ରାନ୍ତିକାରୀ ସହୀଦ ବୀର ସିଦ୍ଧୁ-କାହ୍ନୁ ଙ୍କ ୧୬୫ ତମ କ୍ରାନ୍ତି (ସୁଲୋଚନା) ଦିବସ ଅବସରରେ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଦିମ ସାୱନ୍ତା ସେମେଲେଦ’ ତିରିଂ ଆନୁକୁଲ୍ୟରେ ରାଇରଙ୍ଗପୁର ଉପଖଣ୍ଡରେ ଚିକିତ୍ସାଳୟରେ ମଙ୍ଗଳବାର ଦିନ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ୩୧ଜଣ ରକ୍ତ ଦାନ କରିଥିଲେ । ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତ୍ୟୁଷ ମିଶ୍ର ଏବଂ ସହ କର୍ମଚାରୀ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଲାଛୁ ହାଁସଦା, ଉପଦେଷ୍ଟା ଭୁଗୁଲୁ ହାଁସଦା, କାଶୀନାଥ ସୋରେନ,ଗୁରୁ ପ୍ରସାଦ ମାଝୀ,ଜୀଶୁରାମ ମାର୍ଣ୍ଡି,ଫାଲଗୁ ଚରଣ ସୋରେନ,ସୁନାରାମ ମୁର୍ମୁ,ରବି ମୁର୍ମୁ,ମଙ୍ଗଲ ହେମ୍ବ୍ରମ,ଫିକା ଟୁଡୁ,ବିଶ୍ବ ରଂଜନ କିସ୍କୁ,ମାଝିଆ ମାର୍ଣ୍ଡି, ଚାନ୍ଦ୍ରୟସୋରେନ,ମିଥିଲା ଟୁଡୁ, ରୁକ୍ମଣୀ ହାଁସଦା, ଦମୟନ୍ତୀ ମୁର୍ମୁ, ପୂର୍ଣୀମା ଟୁଡୁ,ସାବିତ୍ରୀ ମୁର୍ମୁ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ । ମହାମାରୀ ଜାତୀୟ ବିପତ୍ତି ‘କରୋନା’ ସମୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ’ ଆଦିମ ସାୱନ୍ତା ସେମେଲେଦ’ର ସଭ୍ୟ/ସଭ୍ୟା ମାନଙ୍କର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ