ବୁଗୁଡ଼ାରେ ସ୍ୱାୟତ୍ତ ଶାସନ ଦିବସ ପାଳନ ସହ ଅବସର କାଳୀନ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ୨୦୨୧ ପାଳିତ ହୋଇଯାଇଛି। ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ସ୍ୱାୟତ୍ତ ଶାସନ ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଇଓ ଶ୍ରୀ ଦାଶ ନିଜ ବକ୍ତବ୍ୟରେ ଚଳିତ ଆର୍ଥିକ ବର୍ଷରେ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ପରିଷଦ ପକ୍ଷରୁ ଦୋକାନ ଗୃହ ପ୍ରଦାନ କରିବା ସହ ଇନଡୋର ଷ୍ଟାଡିୟମ ନିର୍ମାଣ, ପ୍ରତ୍ୟେକ ୱାର୍ଡରେ ଉଦ୍ୟାନ ଓ ଖୋଲା ବ୍ୟାୟମ ସ୍ଥାନ ସ୍ଥାପନ ପାଇଁ ଯୋଜନା ଥିବା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସିର କର୍ମଚାରୀ ବୃନ୍ଦଙ୍କ ସହ ଭଦ୍ର ବ୍ୟକ୍ତି ବୃନ୍ଦ ଯୋଗଦେଇଥିଲେ। ଏଥିସହ ଅଗଷ୍ଟ ୩୧ ତାରିଖ ଦିନ ବୁଗୁଡା ଏନଏସି ର କର୍ମଚାରୀ କାଳୀ ଚରଣ ରଥ ଅବସର ଗ୍ରହଣ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏନଏସି କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଶ୍ରୀ ରଥଙ୍କ କର୍ମମୟ ଜୀବନର ଗୁଣଗାନ କରିବା ସହ ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ