ବୁଗୁଡ଼ାରେ ୧୫ ତମ ଅନ୍ତ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ

ବୁଗୁଡା, (ଅନିଲ କୁମାର ମହାରଣା):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାୟୋଜିତ ଅନ୍ତ ମହାବିଦ୍ୟାଳୟ ପୁରୁଷ ଓ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ବୁଗୁଡା ପିପୁଲସ କଲେଜରେ ଅନୁଷ୍ଠିତ ହେଉଅଛି। ଗତ ନଭେମ୍ବର ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ୫୨ ତମ ପୁରୁଷ କବାଡ଼ି ଟୁର୍ଣ୍ଣାମେଣ୍ଟ ୫ ତାରିଖ ଦିନ ଉଦଯାପିତ ହୋଇଯାଇଛି। ନଭେମ୍ବର ୭ ତାରିଖ ଦିନ ଅନ୍ତ ମହାବିଦ୍ୟାଳୟ ୧୫ ତମ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟକୁ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବାର ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ସାହୁ ଏବଂ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା ପରିଷଦ ସଭାପତି ରଜନୀକାନ୍ତ ଭଟ୍ଟ, କ୍ରୀଡା ପରିଷଦ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାସ ଓ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଯୋଗଦେଇ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଓ ଏମ.ଶ୍ରୀନିବାସ ରାଓ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ୧୫ ତମ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟରେ ୧୦ ଟି କଲେଜର ଟିମ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ସାରଙ୍ଗଗଡ଼ କଲେଜ ଓ ଜି.ଉଦୟଗିରି କଲେଜ ଟିମ, ବାଲିପଦର କଲେଜ ଓ ବାଲିଗୁଡା କଲେଜ ଟିମ, ଫିରିଙ୍ଗିଆ କଲେଜ ଓ ଚିକିଟି କଲେଜ ଟିମ ଏବଂ ସାମନ୍ତିଆପଲ୍ଲୀ କଲେଜ ଓ ବୁଗୁଡା ପିପୁଲସ କଲେଜ ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନର ଖେଳରେ ଜି.ଉଦୟଗିରି କଲେଜ ଟିମ, ବାଲିପଦର କଲେଜ ଟିମ, ଚିକିଟି କଲେଜ ଟିମ ଓ ବୁଗୁଡା ପିପୁଲସ କଲେଜ ଟିମ ବିଜୟୀ ହୋଇଥିଲେ। ଆସନ୍ତା କାଲି ଫାଇନାଲ ଟୁର୍ଣ୍ଣାମେଣ୍ଟ ସହ ଉଦଯାପନି ଉତ୍ସବ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ