ବୁଗୁଡାର ବିଭିନ୍ନ ଅନୁଷ୍ଠାନରେ ୭୫ ତମ ସ୍ଵାଧିନତା ଦିବସ

ବୁଗୁଡା (ଅନିଲ ମହାରଣା): ବୁଗୁଡା ସହର ଓ ବୁଗୁଡା ବ୍ଲକର ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ବୁଗୁଡା ଅଦାଲତରେ ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ତହସିଲ କାର୍ଯ୍ୟାଳୟ ଓ ଉପ ନିବନ୍ଧକ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବୁଗୁଡା ବ୍ଲକ ଅଫିସରେ ଅଧ୍ୟକ୍ଷା ମାମି ସେନାପତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବିଡ଼ିଓ ତନ୍ମୟ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ବଗୁଡା ପୋଲିସ ଥାନାରେ ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ,ଓ ବୁଗୁଡା ଜଳ ସେଚନ ବିଭାଗ କାର୍ଯ୍ୟାଳୟରେ ସହ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବୁଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପିପୁଲସ କଲେଜରେ ଅଧ୍ୟକ୍ଷ ରଜନୀକାନ୍ତ ଦାଶ, ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ ମାଣିତର ହାଇ ସ୍କୁଲ ଓ ବନ୍ଧସାହି ସ୍କୁଲ, ପାଣିକେଶ୍ବର ୟୁପି ସ୍କୁଲ, ଖରିଡା ୟୁପି ସ୍କୁଲ, ପାଙ୍ଗିଡି ୟୁପି ସ୍କୁଲ, ବାଲିପଦର ନୋଡାଲ ୟୁପି ସ୍କୁଲ, ଅରଖପୁର ୟୁପି ସ୍କୁଲ, ଚିରିକିପଡା ୟୁପି ସ୍କୁଲ, କାନସୁକା ୟୁପି ସ୍କୁଲ, ପଙ୍କଳସାହି ୟୁପି ସ୍କୁଲ, ଗୋଳମୁଣ୍ଡୁଳା ସ୍କୁଲ ରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ