ବୁଗୁଡା ଏନଏସି ରେ ବିଜୁ ଜନତା ଦଳ ର ମିଶ୍ରଣ ପର୍ବ ଓ ସାଧାରଣ ସଭା

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡ଼ ଏନଏସି ରେ ମଧ୍ୟ ବିଜେପିକୁ ଝଟକା। ମାର୍ଚ୍ଚ ୨୦ ତାରିଖ ଦିନ ପୋଲସରା ଏନଏସିରେ ୫୦ ରୁ ଉର୍ଦ୍ଧ୍ବ ତୁଙ୍ଗ ନେତା ଓ କର୍ମୀ ବିଜେପି ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ମାର୍ଚ୍ଚ ୨୧ ତାରିଖରେ ବୁଗୁଡା ଏନଏସିରେ ସେହି ଦୃଶ୍ୟ ଦେଖିବାକୁ ମିଳିଛି। ସୋମବାର ଦିନ ବିଜୁ ଜନତା ଦଳର ମିଶ୍ରଣ ପର୍ବରେ ବହୁ ବିଜେପି ନେତା ଓ କର୍ମୀ ନିଜ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡ଼ିର ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜେପି ନେତା ରବି ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ସଞ୍ଜୟ କୁମାର ପାତ୍ର, ମନୋଜ ଡାକୁଆ, ରଞ୍ଜିତ ପରିଡା, ପ୍ରକାଶ ପାତ୍ର, ସୁମନ୍ତ ଡାକୁଆ, ସୀମା ପାତ୍ର, ଶଙ୍କର ମହାରଣା, ପାଣ୍ଡବ ଆଚାର୍ଯ୍ୟ, ପ୍ରତାପ ସାହୁ, ଅଭିମନ୍ୟୁ ସାହୁ, ଗଣେଶ ବିଷୋୟୀ, ସଞ୍ଜୟ ଗୌଡ଼, ପ୍ରଶାନ୍ତ ଗୌଡ଼, କୃଷ୍ଣ ସ୍ବାଇଁ, ନିରଞ୍ଜନ ସ୍ବାଇଁ, କିଶୋର ଚନ୍ଦ୍ର ଗୌଡ଼, ମିଥୁନ ପ୍ରଧାନ, ଭୀମ ସ୍ବାଇଁ,କେଦାର ଦାସ ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ବିଜେପି ନେତା, କର୍ମୀ ଓ ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ସାହୁ ସମସ୍ତ ନବାଗତଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ବିଜେଡ଼ି ରେ ସାମିଲ କରାଯାଇଥିବା ଘୋଷଣା କରିଥିଲେ। ଏଥିସହ ବୁଗୁଡା ବଡ଼ଦାଣ୍ଡରେ ବୁଜୁ ଜନତା ଦଳ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସାଧାରଣ ସଭାରେ ବିଧାୟକ ଶ୍ରୀକାନ୍ତ ସାହୁ ଓ ଗଞ୍ଜାମ ଜିଲ୍ଲା ପରିଷଦର ପୂର୍ବତନ ସଭାପତି ସୁରଥ ପ୍ରଧାନଙ୍କ ସମେତ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ବୁଗୁଡା ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ସମସ୍ତ କାଉନସିଲର ପ୍ରାର୍ଥୀନୀ ଓ ପ୍ରାର୍ଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଲୋକାଭିମୁଖୀ ଯୋଜନା ଓ ବୁଗୁଡା ସହରର ପ୍ରଗତିକୁ ଆଗେଇ ନେବାପାଇଁ ବିଜୁ ଜନତା ଦଳର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀନୀ ଓ ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ବୁଗୁଡାର ଜନସାଧାରଣଙ୍କୁ ନିବେଦନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ