ବୁଗୁଡା ଏନଏସି ୯ ନଂ ୱାର୍ଡରେ ବିଧାୟକଙ୍କ କ୍ୟାମ୍ପେନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲାର ବୁଗୁଡା ଅଧିସୂଚୀତ କ୍ଷେତ୍ର ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ୯ ନଂ ୱାର୍ଡରେ ମାର୍ଚ୍ଚ ୨୦ ତାରିଖ ଦିନ ସନ୍ଧ୍ୟାରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ନିର୍ବାଚନ କ୍ୟାମ୍ପେନ କରିଥିବା ଜଣାପଡିଛି । ୯ ନଂ ୱାର୍ଡ ବିଜୁ ଜନତା ଦଳ ପାଇଁ କ୍ୟାମ୍ପେନିଙ୍ଗ କରି ବିଜେଡି କାଉନସିଲର ପ୍ରାର୍ଥୀନୀ ଉର୍ମିଳା ସାହୁ ଓ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ। ବିଧାୟକ ଶ୍ରୀସାହୁଙ୍କ ସହ ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବିଧାୟକ ପ୍ରତିନିଧି କେ ତ୍ରିଲୋଚନ ଦୋରା ସମେତ ବୁଗୁଡା ବିଜ୍ଞାପିତ ଅଞ୍ଚଳର ବହୁ ବିଜେଡି କର୍ମୀ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ