ବନ୍ଧୁତ୍ୱର ନିଆରା ନିଦର୍ଶନ : ବ୍ରହ୍ମେଶ୍ୱର ବିଦ୍ୟାଳୟରେ ଏକାଠି ହେଲେ ୧୯୮୭-୮୮ ବିଦ୍ୟାର୍ଥୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଧୁନିକ ସମୟରେ ବନ୍ଧୁତ୍ୱ ଓ ମାନବିକତା ହଜିଯାଉଥିବାବେଳେ ସମାଜରେ କିଛି ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ନିଜ ନିଜର ଅବଦାନ ଦେବା ପାଇଁ କିଛି ବିଦ୍ୟାର୍ଥୀ ଏକାଠି ହୋଇଥିଲେ । ବ୍ରହ୍ମେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ ୧୯୮୭-୮୮ ମସିହା ବ୍ୟାଚ୍‌ର ବିଦ୍ୟାର୍ଥୀମାନେ ଦୀର୍ଘ ୩୫ ବର୍ଷ ପରେ ଏକାଠି ହେବା ସହିତ ସମାଜରେ ନିଜନିଜ କ୍ଷେତ୍ରରେ ରହି ରାଷ୍ଟ୍ରର ଉନ୍ନତି କରିବା ପାଇଁ ସଂକଳ୍ପ ନେଇଥିଲେ । ଆଜି ସେମାନଙ୍କ ମଧ୍ୟରୁ ଭୂତତ୍ତ୍ୱବିତ୍‌, ଉଦ୍ୟୋଗୀ, ଅଧିବକ୍ତା, ସାମ୍ବାଦିକ, ଶିକ୍ଷକ, ସମାଜସେବୀ ପ୍ରମୁଖ ସାରସ୍ୱତ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି । ଭାସ୍କରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଦ୍ୟାର୍ଥୀ ରବିନାରାୟଣ ସାହୁ, ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାର୍ଥୀ ସମୟରେ ନିଜ ନିଜର ସ୍ମୃତି ଅନୁଭୂତିକୁ ପରସ୍ପର ବାଣ୍ଟିବା ସହ ସମାଜରେ କିଛି ଉତ୍ତମ କାମ କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ପ୍ରୟାସ କରିବେ ବୋଲି ସଂକଳ୍ପ ନେଇଥିଲେ । ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କବିତା ଘଡ଼େଇ, ସୁକାନ୍ତି ଆଚାର୍ଯ୍ୟ, ସୁଷମା ପ୍ରଧାନ, ସୁଚିସ୍ମିତା ନାୟକଙ୍କ ସହିତ ପ୍ରମୁଖ ପରିଚାଳନା କରିଥିଲେ ସମୀର, ମନୋଜ, ସୂର୍ଯ୍ୟନାରାୟଣ, ଗଜେନ୍ଦ୍ର, ପ୍ରତାପ, ଅମୀୟ, ବିନୋଦ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ