ବୁଗୁଡା କଲେଜ ନିକଟରେ ଯୁବକଙ୍କୁ ଗୁଳିମାଡ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ ପିପୁଲସ କଲେଜ ନିକଟରେ ଜଣେ ଯୁବକଙ୍କୁ ଗୁଳିମାଡ ଘଟି ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଭୁବନେଶ୍ୱର ବ୍ରାଉନ ସୁଗାର ଜବତ ସହ ଏହି ଗୁଳିକଣ୍ଡର ସମ୍ପର୍କ ଥିବା ଜଣାପଡ଼ିଛି।ଶନିବାର ଦିନ ଭୋର ପ୍ରାୟ ସାଢେ଼ ତିନିରୁ ଚାରିଟା ସମୟ ମଧ୍ୟରେ ନୟାଗଡ ଜିଲ୍ଲାର କଳାପଥର ଅଞ୍ଚଳର ମାଣିକଗଡ଼ ଗ୍ରାମର ରଞ୍ଜନ ଦଳେଇଙ୍କୁ କୌଣସି ଦୁର୍ବୃତ୍ତ ଅତି ନିକଟରୁ ଗୁଳି କରିବା ଯୋଗୁଁ ଗୁରୁତର ଅବସ୍ଥାରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଘଟଣା ସମ୍ପର୍କରେ ବୁଗୁଡା ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ବୁଗୁଡା ପୋଲିସକୁ ଖବର ଦେବସହ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ରଞ୍ଜନଙ୍କୁ ହୋଇଥିବା ଗୁଳିମାଡ଼ ଯୋଗୁଁ ଗୁଳି ଆଗପଟ ପେଟରେ ପଶି ପଛପଟେ ବାହାରି ଥିବା ଯୋଗୁଁ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ବୁଗୁଡା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରା ମେଡିକାଲରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛିଯେ ଭୁବନେଶ୍ୱରରେ ଜବତ ହୋଇଥିବା ବ୍ରାଉନ ସୁଗାର ବିଷୟରେ ରଞ୍ଜନ ଦଳେଇଙ୍କୁ ସନ୍ଦେହ କରି ଧଳା ଜହର ମାଫିଆ ମାନେ ଗୁଳିକାଣ୍ଡ ଘଟାଇ ଥିବା ଆଇଆଇସି ପ୍ରକାଶ କରିଛନ୍ତି। ସନ୍ଧ୍ୟା ସାତଟା ସୁଦ୍ଧା କୌଣସି ପ୍ରକାର ଅଭିଯୋଗ ଦାଖଲ ହୋଇନାଥବା ଯୋଗୁଁ ମାମଲା ରୁଜୁ ନହୋଇ କେବଳ ରେକର୍ଡ ପଞ୍ଜୀକୃତ କରାଯାଇଛି। ରଞ୍ଜନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ତାଙ୍କୁ ବ୍ରହ୍ମପୁରରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ