ବୁଗୁଡା କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ

ପୋଲସରା, (ଅନିଲ କୁମାର ମହାରଣା):ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ବୁଗୁଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ମଇ ୧୩ ତାରିଖ ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଫୌଜଦାରୀ, ଜମିଜମା ଏବଂ ଯାନବାହନ ଦୁର୍ଘଟଣା ସଂକ୍ରାନ୍ତୀୟ ମାମଲା ଆଗତ ହୋଇଥିଲା। ଏହି ଲୋକ ଅଦାଲତରେ ବିଚାରପତି ପରିନିତା ନାୟକ ୧୭ ଗୋଟି ମାମଲାର ଫଇସଲା କରିଥିଲେ । ଲୋକ ଅଦାଲତରେ ଆଡଭୋକେଟ ହରପ୍ରସାଦ ଦାସ, ଅମର କୁମାର ପଟନାୟକ, ଭକ୍ତରାମ ଦାସ, ପ୍ରଭାତ କୁମାର ଜେନା, କାହ୍ନୁ ଚରଣ ସାହୁ, ସୁଶାନ୍ତ କୁମାର ସେଠୀ, ବିଭୂଦତ୍ତ ନାୟକ, ଶ୍ଯାମସୁନ୍ଦର ବିଷୋୟୀଙ୍କ ସମେତ ବହୁ ଆଇନଜୀବୀ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ