ଅବୈଧ୍ୟ ଔଷଧ ଦେବାକୁ ନେଇ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଅବୈଧ୍ୟ ଔଷଧ ଦେଇଥିବା ଏବଂ ଏହାପରେ ଶିଶୁପୁତ୍ରର ଅବସ୍ଥା ସଂକଟାପର୍ଣ୍ଣ ହୋଇଥିବାକୁ ନେଇ ସ୍ଥାନୀୟ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ଗୋଷାଣି ବ୍ଲକ ଅନ୍ତର୍ଗତ ତଥା ପାରଳା ସହର ଉପକଣ୍ଠସ୍ଥ ଯାଜପୁର ଗ୍ରାମର ଆଶା କର୍ମୀ ସମ୍ପୂର୍ଣ୍ଣା ପ୍ରଧାନ ଓ ଅଙ୍ଗନବାଡି ଦିଦି ସଂଯୁକ୍ତା ବିଶ୍ୱାଳ ସୁମିତା ସଇଁସାଙ୍କ ୧୧ମାସ ଶିଶୁପୁତ୍ରଙ୍କୁ ଗତ ୦୭.୦୪.୨୦୨୩ “ଆଇରନ ଓ ଫୋଲିକ ଏସିଡ” ଆଇପି ବୋତଲରୁ ସିରପ ଖୁଆଇଥିଲେ । ଏହାପରେ ଶିଶୁପୁତ୍ରକୁ ନିଜ ଘରକୁ ନେଇଯାଇଥିଲେ ସୁମିତା । ଘରେ ପହଞ୍ଚିବା ପରେ ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଆରମ୍ଭ ହୋଇଥିଲା । ତାକୁ ଝାଡା ବାନ୍ତି ହେବାରେ ଲାଗିଲା । ଏହାପରେ ସୁମିତା ଆଶା ଦିଦିଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ । ଏତିକି ବେଳେ ଔଷଧ ବୋତଲଟି ସମେତ ଔଷଧ ବକ୍ସଟିକୁ ନେଇ ଆଶାଦିଦି ଜଣକ ପୋଡିଦେଇଥିଲେ । ଏଥିରୁ କିଛି ବୋତଲକୁ ଦେଖିବା ବେଳେ ସେଥିରେ ବୈଧ୍ୟତା ତାରିଖ ପ୍ରାୟ ୧ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇଯାଇଛି । ଯାହାକି ଅବୈଧ୍ୟ ଔଷଧ ବୋଲି ଜଣାପଡିଥିଲା । ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ମୋ ପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତାକୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଆନ୍ଧ୍ରର ପୁରୁଣାପାଟଣା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଅବନ୍ନତି ହେବାରୁ ଶ୍ରୀକାକୁଲମ ସ୍ଥିତ କିମ୍ସରେ ଚିକିତ୍ସା ପାଇଁ ପଠାଯାଇଥିଲା। ପୁଅର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଶ୍ରୀକାକୁଲମ ଡାକ୍ତରଖାନା କଟକ ଶିଶୁ ଭବନ ନେବା ପାଇଁ କହୁଛନ୍ତି । ତାର କୌଣସି ସମୟରେ ପ୍ରାଣହାନୀ ଘଟିବାର ସମ୍ଭାବନା ରହିଥିବାର କହିଛନ୍ତ। ଉଭୟ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ