ବୁଗୁଡା ପୋଲିସକୁ ବଡ଼ ସଫଳତା; ପିସ୍ତଲ ସହ ଜୀବନ୍ତ ଗୁଳି ଜବତ, ୩ ଗିରଫ
ବୁଗୁଡା,(ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଥାନା ପୋଲିସକୁ ମିଳିଛି ବଡ ସଫଳତା। ଗତ ପାଞ୍ଚ ଦିନ ପୂର୍ବେ ଅକ୍ଟୋବର ୨ ତାରିଖ ଦିନ ଖମାରପଲ୍ଲୀ ଗ୍ରାମର ରୁପା ବ୍ୟବସାୟୀ ଲୋକନାଥ ସାହୁ ବିଭିନ୍ନ ଗ୍ରାମରେ ବ୍ୟବସାୟ କରି ନିଜ ନିଜ ଟିଭିଏସ ଗାଡ଼ିରେ ଗ୍ରାମକୁ ଫେରୁଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ ନିମପଦର ନିକଟରେ ୩ ଜଣ ତାଙ୍କୁ ଅଟକାଇ ଜଣେ ମୁଣ୍ଡରେ ପିସ୍ତଲ ଲଗାଇଥିବା ବେଳେ ଜଣେ ମାଡ଼ମାରି ତଳେ ପକାଇଦେବା ବେଳେ ଅନ୍ୟଜଣେ ଗାଡ଼ିରେ ଲାଗିଥିବା ରୁପା ଅଳଙ୍କାର ବ୍ୟାଗ, ଛଅ ହଜାର ଟଙ୍କା ଓ କମ୍ପୁଟର ନିକିତି ନେବାପରେ ତିନିଜଣ ଏକ ବାଇକରେ ବସି ବୋରିପଦର ଦିଗକୁ ଚାଲି ଯାଇଥିଲେ। ଏନେଇ ବୁଗୁଡା ଥାନା କେଶ ନଂ ୨୮୭/୨୦ ଧାରା ୩୯୪ ଆଇପିଏସ ଓ ୨୫ ଆର୍ମ ଆକ୍ଟ ପ୍ରକାରେ ଏକ ମାମଲା ରୁଜୁ ହୋଇ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ମନୋଜ କୁମାର ନାୟକ ଓ କାର୍ତ୍ତିକ ନାୟକ ଏବଂ ପୋଲିସ ଫୋର୍ସଙ୍କୁ ନେଇ ଏକ ଟିମ ଅନୁସନ୍ଧାନ କରି ୩ ଜଣ ଆସାମୀ ପ୍ରବୀଣ ନାୟକ, ଟୁନା ନାୟକ ଓ ଟୁକୁନା ସ୍ବାଇଁକୁ ଗିରଫ କରିବା ସହ ଏକ ଦେଶୀ ପିସ୍ତଲ,ଏକ ଜୀବନ୍ତ ଗୁଳି, ୩ କିଲୋ ୨୦୦ ଗ୍ରାମର ରୁପା ଅଳଙ୍କାର, ୨ ଟି ବାଇକ, ୨ ଟି ମୋବାଇଲ ଓ ଏକ ଛୁରୀ ଜବତ କରାଯାଇଛି। ଗିରଫ ହୋଇଥିବା ୩ ଜଣ ଆସାମୀଙ୍କୁ ଆଜି କୋର୍ଟ ଚାଲାଣ ହୋଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।