ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଜେଡି ପକ୍ଷରୁ ଆଜି ଦ୍ୱିତୀୟ ଦିନରେ ଦକ୍ଷିଣବାଡ ପଞ୍ଚାୟତର ସୁନାହାର ଓ କହରାପୋଖରୀ ଠାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ଗ୍ରାମବାସୀଙ୍କୁ ବିଜେଡି କର୍ମୀ କରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହାଛଡା ଏନେଇ ଦଳତରଫରୁ ଯୋଗାଯାଇଥିବା ସଚେତନତା ସୂଚିପତ୍ର ଓ ମାସ୍କ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାକ୍ତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ସମାଜସେବୀ ହେମନ୍ତ ଜେନା, ରାଜେଶ ବାରିକ, ତୁଷାର ମିଶ୍ର, ଦେବବ୍ରତ ଜେନା, ସଜନୀକାନ୍ତ ଜେନା, ସଂଜୀବ ରାଉତ, ରବିନ୍ଦ୍ର ଜେନା ପ୍ରମୁଖ ସାମିଲ ହୋଇଥିଲେ । ଚଳିତବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ଜୟପ୍ରକାଶଙ୍କ ଜୟନ୍ତୀ ଯାଏଁ ପ୍ରତ୍ୟକ ଗ୍ରାମରେ ଦଳପକ୍ଷରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ