ବୁଗୁଡା ବ୍ଲକରେ ଜଳ ସ୍ୱଚ୍ଛତା ଦିବସ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ୨୧ ଟି ଗ୍ରାମ ପଞ୍ଚାୟତରେ ଜଳ ସ୍ୱଚ୍ଛତା ଦିବସ ଜାନୁଆରୀ ୧୮ ତାରିଖ ଦିନ ପାଳିତ ହୋଇଯାଇଛି । ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ରଙ୍କ ତତ୍ତ୍ୱାବଧାନରେ ୨୧ ଟି ପାଞ୍ଚାୟତର ବିଭିନ୍ନ ପୋଖରୀକୁ ସଫା କରା ଯାଇଥିଲା । ସମସ୍ତ ଜଳ ଭଣ୍ଡାର ଗୁଡିକୁ ପରିଷ୍କାର ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା । ପ୍ରତି ପାଞ୍ଚାୟତରେ ଜଳ ସ୍ୱଚ୍ଛତା ପାଇଁ ରାଲେ ଓ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଅଯଥାରେ ଜଳ ନଷ୍ଟ ନକରିବା , ଆବଶ୍ୟକ ଜଳ ବ୍ୟବହାର କରି ପାଇପ ଟ୍ୟାପ ବନ୍ଦ କରିବା ପ୍ରଭୃତି ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଏ ରାମା ରାଓଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତ ପିଇଓ, ଅଙ୍ଗନୱାଡି କର୍ମୀ, ବିଭିନ୍ନ ଲୋକପ୍ରତିନିଧି ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ