ବୁଗୁଡା ବ୍ଲକରେ ପିପୁଲସ ହାଇ ସ୍କୁଲ ଦଶମ ବୋର୍ଡ ପରୀକ୍ଷା ପାଇଁ ହବ ଓ ନୋଡାଲ ସେଣ୍ଟର

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ଆସନ୍ତା ୧୯ ତାରିଖରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ବୁଗୁଡା ବ୍ଲକର ୧୦ ଟି ପରୀକ୍ଷା କେନ୍ଦ୍ର ପାଇଁ ବୁଗୁଡା ପିପୁଲସ ହାଇ ସ୍କୁଲକୁ ହବ ଓ ନୋଡାଲ ସେଣ୍ଟର ଭାବେ ସ୍ଥିର କରାଯାଇଛି। ବ୍ଲକର ୧୦ ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ବୁଦ୍ଧଗିରୀ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ୧୭୮ ଜଣ ପରୀକ୍ଷା ଦେଉଥିବା ବେଳେ ପିପୁଲସ ହାଇ ସ୍କୁଲରେ ୩୩୩ ଜଣ,ବି ଏନ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୭୬ ଜଣ, ତାଳସାକର ଉଚ୍ଚ ବିଦ୍ୟାଳୟରେ ୨୫୨ ଜଣ,ପଙ୍କଳବାଡ଼ି ଉଚ୍ଚ ୧୮୧ ଜଣ,ମାଣିତରା ଉଚ୍ଚ ବିଦ୍ୟାଳୟରେ ୧୪୯ ଜଣ,ବାଲିପଦର ଉଚ୍ଚ ବିଦ୍ୟାଳୟରେ ୨୭୨ ଜଣ,ବି କରଡ଼ାବାଡ଼ି ଉଚ୍ଚ ବିଦ୍ୟାଳୟରେ ୨୦୧ ଜଣ,ପୋଚାଲୁଣ୍ଡି ଉଚ୍ଚ ବିଦ୍ୟାଳୟରେ ୧୭୬ ଜଣ ଓ କରଚୁଲି ଉଚ୍ଚ ବିଦ୍ୟାଳୟରେ ୧୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ପିପୁଲସ ହାଇ ସ୍କୁଲ ହବ ଓ ନୋଡ଼ାଲ ସେଣ୍ଟରରୁ ପ୍ରତିଦିନ ୧୦ ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ଯିବା ସହ ସମସ୍ତ ପରୀକ୍ଷା କେନ୍ଦ୍ରରୁ ଉତ୍ତର ଖାତା ଆସି ଗଚ୍ଛିତ ହେବ। ପିପୁଲସ ହାଇ ସ୍କୁଲର ବରିଷ୍ଠ ସହକାରୀ ଶିକ୍ଷକ ସରୋଜ କୁମାର ନନ୍ଦ ନୋଡାଲ ଅଧିକାରୀ ଭାବେ ଏହି ହବ ଓ ନୋଡାଲ ସେଣ୍ଟରର ଦାୟିତ୍ୱ ତୁଲାଇବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ